ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ରାଜନାଥ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ଫେବ୍ରୁଆରି ୧ରେ ଆସିଥିବା ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲା । ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ।
ପ୍ରତିରକ୍ଷା ବଜେଟର ପ୍ରାୟ ୨୮ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ବିଶ୍ୱର ପ୍ରମୁଖ ସାମରିକ ବାହିନୀଗୁଡ଼ିକ ନିଜ ବଜେଟର ପ୍ରାୟ ଅର୍ଦ୍ଧେକ ବ୍ୟୟ କରୁଥିବାବେଳେ ଭାରତର ପ୍ରତିରକ୍ଷା ବଜେଟର ଏକ ବଡ଼ ଭାଗ ଦରମା ଓ ପେନସନ ବାବଦରେ ବ୍ୟୟ ହୁଏ । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଜେଟ ୨୦୨୪ରେ ରକ୍ଷା ମନ୍ତ୍ରାଳୟ ପାଇଁ ଆଲଟମେଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି ଯେ, ରକ୍ଷା ମନ୍ତ୍ରାଳୟକୁ ମିଳିଥିବା ଆବଣ୍ଟନ ପାଇଁ ମୁଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ରକ୍ଷା ମନ୍ତ୍ରାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କାର ସବୁଠାରୁ ଅଧିକ ଆବଣ୍ଟନ ମିଳିଛି, ଯାହା ଆର୍ôଥକ ବର୍ଷ ୨୦୨୪-୨୫ ପାଇଁ ଭାରତ ସରକାରର ସମୁଦାୟ ବଜେଟର ୧୨.୯ ପ୍ରତିଶତ ଅଟେ ।
ରାଜନାଥ ସିଂହ ଆହୁରି କହିଛନ୍ତି ଯେ, ୧,୭୨,୦୦୦ କୋଟି ଟଙ୍କାର କ୍ୟାପିଟାଲ ଆଉଟଲେରେ ସଶସ୍ତ୍ର ବାହିନୀର କ୍ଷମତାଗୁଡିକୁ ଆହୁରି ମଜବୁତ କରାଯିବ । ସ୍ୱଦେଶୀ ପୁଞ୍ଜି କ୍ରୟ ପାଇଁ ୧,୦୫,୫୧୮.୪୩ କୋଟି ଟଙ୍କା ଆବଣ୍ଟନ କରି ଆତ୍ମନିର୍ଭରଶୀଲତାକୁ ଆହୁରି ବୃଦ୍ଧି କରିବ ବୋଲି ରାଜନାଥ କହଛନ୍ତି ।