ଦୀପାବଳି ଏବଂ ଛଟ୍ ପାଇଁ ୭ ହଜାର ସ୍ପେଶାଲ ଟ୍ରେନ ଚଲାଇବ ରେଲୱେ

ଦୀପାବଳି ଏବଂ ଛଟ୍ରେ ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା କରାଇବା ପାଇଁ ୭ ହଜାର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ରେଲୱେ

ଦୀପାବଳି ଏବଂ ଛଟ୍ ପାଇଁ ୭ ହଜାର ସ୍ପେଶାଲ ଟ୍ରେନ ଚଲାଇବ ରେଲୱେ

ଦୀପାବଳି ଏବଂ ଛଟ୍ରେ ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା କରାଇବା ପାଇଁ ୭ ହଜାର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ରେଲୱେ । ଗୁରୁବାର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରି ଦିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁଁ ଦୁଇ ଲକ୍ଷ ଯାତ୍ରୀ ଉପକୃତ ହେବେ ।

ଏହା ବ୍ୟତୀତ ଆଜିର କ୍ୟାବିନେଟ୍ ବୈଠକରେ ବଡ଼ ରେଳ ପରିଯୋଜନାକୁ ମଧ୍ୟ ମଞ୍ଜୁରି ମିଳିଛି ।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଥମ ରେଳ ପରିଯୋଜନାରେ ଅମରାବତୀ ପାଇଁ ଏକ ରେଲୱେ ଲାଇନକୁ ମଞ୍ଜୁରି ଦିଆଯାଇଛି । ଏଥିପାଇଁ କୃଷ୍ଣା ନଦୀର ଉପରେ ୩.୨ କିଲୋମିଟର ଲମ୍ୱା ନୂଆ ରେଲୱେ ପୋଲ ନିର୍ମାଣ କରାଯିବ । ଏହା ଅମରାବତୀକୁ ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ଏବଂ ନାଗପୁର ସହ ଯୋଡ଼ିବ । ଏହାସହ ଉତ୍ତର ବିହାରକୁ ପୂର୍ବୋତ୍ତର ରାଜ୍ୟ ସହ ଯୋଡ଼ିବା ପାଇଁ ନରକଟିୟାଗଞ୍ଜ-ରସ୍କୋଲ-ସୀତାମଢୀ-ଦରଭଙ୍ଗା ଏବଂ ସୀତାମଢୀ-ମୁଜଫରପୁର ରେଲୱେ ଲାଇନର ଦୋହରୀକରଣ କରାଯିବ । ଏଥିପାଇଁ ୪୫୫୩ କୋଟି ଟଙ୍କା ଖର୍ଚ୍ଚରେ ୨୫୬ କିଲୋମିଟର ଦୀର୍ଘ ରେଲୱେ ଲାଇନର ଦୋହରୀକରଣ ହେବା ପରେ ଉତ୍ତର ପ୍ରଦେଶ ଏବଂ ଉତ୍ତର ବିହାର ଲାଭାନ୍ୱିତ ହେବ ।

କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ ନରକଟିୟାଗଞ୍ଜ-ରସ୍କୋଲ-ସୀତାମଢୀ-ଦରଭଙ୍ଗା ଏବଂ ସୀତାମଢୀ-ମୁଜଫରପୁର ରେଲୱେ ଲାଇନର ଦୋହରୀକରଣ ପରେ ନେପାଳ, ପୂର୍ବୋତ୍ତର ଏବଂ ସୀମାବର୍ତ୍ତୀ କ୍ଷେତ୍ରରେ ଯୋଗାଯୋଗ ମଜଭୁତ ହେବ । ମାଲଗାଡ଼ି ସହ ଯାତ୍ରୀ ଟ୍ରେନ୍ ଚଳାଚଳ ମଧ୍ୟ ସୁଗମ ହେବ । ଅନ୍ୟପଟେ ୫୭ କିଲୋମିଟର ଦୂର ନୂଆ ରେଲ ଲାଇନ ଏରୁପଲେମ-ଅମରାବତୀ-ନମ୍ୱୁରୁ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା ଏବଂ ଗୁଣ୍ଟୁର ଜିଲ୍ଲା ଏବଂ ତେଲଙ୍ଗାନାର ଖମ୍ମମ ଜିଲ୍ଲା ଦେଇ ଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ ବିହାର ଆଠ ଜିଲ୍ଲାକୁ ଛୁଇଁବାକୁ ଥିବା ୬୭୯୮ କୋଟି ଟଙ୍କାର ଏହି ରେଳ ପରିଯୋଜନାରେ ରେଲୱେ ନେଟୱାର୍କ ୩୧୩ କିଲୋମିଟର ବଢିବ । ଏହାସହ ୯ ନୂଆ ଷ୍ଟେସନ ସହ ୧୬୮ ଗାଁ ଏବଂ ପ୍ରାୟ ୧୨ ଲକ୍ଷ ଜନସଂଖ୍ୟାକୁ ଲାଭ ମିଳିବ । ଏହାଦ୍ୱାରା ୩୧ ଏମଟିପିଏ (ମିଲିୟନ ଟନ୍ ପ୍ରତି ବର୍ଷ) ଅତିରିକ୍ତ ମାଲ ପରିବହନ ହେବ ।