ଟ୍ରେନରେ ପୋଲାଣ୍ଡ ଯିବେ ମୋଦୀ
ଟ୍ରେନର କ୍ୟାବିନ ବିଶେଷ ପ୍ରକାରର କାଠରେ ତିଆରି କରାଯାଇଛି । ମିଟିଂ ପାଇଁ ଟେବୁଲ ଏବଂ ସୋଫାର ବ୍ୟବସ୍ଥା ରହିଛି ।

ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଲାଣ୍ଡ ଗସ୍ତ । ପୋଲାଣ୍ଡ ଗସ୍ତ ସମୟରେ ମୋଦି ୟୁକ୍ରେନ ଗସ୍ତ କରିବେ । ୩୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଯାତ୍ରା । ମୋଦି ୟୁକ୍ରେନର ରାଜଧାନୀ କିଭିରେ ୭ ଘଣ୍ଟା ରହିବେ । ତେବେ ୟୁକ୍ରେନକୁ ଯିବାକୁ ମୋଦି ୧୦ ଘଣ୍ଟା ଧରି ଟ୍ରେନରେ ଯାତ୍ରା କରିବେ ।
ମୋଦି 'ରେଲ ଫୋର୍ସ ଓ୍ଵାନ' ଟ୍ରେନ ଜରିଆରେ ୟୁକ୍ରେନକୁ ଯିବେ ।
ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଉଛି । ଡ୍ରୋନ ଆକ୍ରମଣ ହେଉଛି, ମିଶାଇଲରେ ଆଟାକ ହେଉଛି । ତେଣୁ ୟୁକ୍ରେନ ଏୟାରସ୍ପେସ୍ ସୁରକ୍ଷିତ ନୁହେଁ । ସୁରକ୍ଷା ଦୃଷ୍ଟିରୁ କୌଣସି ମଧ୍ୟ ବିଶ୍ୱନେତାଙ୍କୁ ବିମାନରେ ଯାତ୍ରା କରିବା ଅସୁରକ୍ଷିତ ହୋଇପଡେ । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନରେ ୟୁକ୍ରେନ ଯିବେ ।
ତେବେ ମୋଦି ୟୁକ୍ରେନ ଯାଉଥିବା ଟ୍ରେନ କୌଣସି ସାଧାରଣ ଟ୍ରେନ ନୁହେଁ । ଏହାକୁ ବିଶେଷ ଭାବେ ଡିଜାଇନ କରାଯାଇଛି । ଏହା ଏକ ବିଳାସପୂର୍ଣ୍ଣ ଟ୍ରେନ । ମୋଦିଙ୍କ ପୂର୍ବରୁ ଦୁନିଆର ଅନେକ ବଡ ନେତା ଏହି ଟ୍ରେନରେ ଯାତ୍ରା କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ, ଜର୍ମାନ ଚାନ୍ସଲର ମଧ୍ୟ ଯାତ୍ରା କରିଛନ୍ତି ।
ରେଳ ଫୋମର୍ସ ଓ୍ଵାନ ଟ୍ରେନକୁ ୨୦୧୪ରେ ନିର୍ମାଣ କରାଯାଇଥିଲା । ଏହି ଟ୍ରେନ ଜରିଆରେ ଯାତ୍ରୀ କ୍ରିମିୟା ଯାତ୍ରା କରୁଥିଲେ । ଏହା ବିଳାସପୂର୍ଣ୍ଣ ପାସେଞ୍ଜର ଟ୍ରେନ । ଏଥିରେ ସବୁ ପ୍ରକାରର ସୁବିଧା ରହିଛି । କିନ୍ତୁ ରୁଷ କ୍ରିମିୟା ଉପରେ କବଜା କରିବା ପରେ ଏହି ଟ୍ରେନର ଉଦ୍ଦେଶ୍ୟ ସଂପୂର୍ଣ୍ଣ ବଦଳି ଯାଇଛି । ଏବେ ଏଥିରେ ବିଶ୍ୱନେତାଙ୍କୁ ୟୁକ୍ରେନ ନେବା ଆଣିବା ପାଇଁ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି ।
ଟ୍ରେନର ସ୍ୱତନ୍ତ୍ରତା :
ଟ୍ରେନର କ୍ୟାବିନ ବିଶେଷ ପ୍ରକାରର କାଠରେ ତିଆରି କରାଯାଇଛି । ମିଟିଂ ପାଇଁ ଟେବୁଲ ଏବଂ ସୋଫାର ବ୍ୟବସ୍ଥା ରହିଛି ।
ମନୋରଂଜନ ପାଇଁ ଟିଭି ଏବଂ ଆରାମ କରିବା ପାଇଁ ଆରାମଦାୟକ ବେଡ୍ ରହିଛି ।
ଟ୍ରେନରେ ଇଲେକ୍ଟ୍ରିକ ନୁହେଁ, ଡିଜେଲ ଇଂଜିନ ଲାଗିଛି ।
ଘଣ୍ଟାକୁ ୬୦ କିମି ସ୍ପିଡରେ ଟ୍ରେନ ଯାତ୍ରା କରୁଛି । ଏହି ଟ୍ରେନକୁ ଟ୍ରାକ୍ କରାଯାଇପାରିବ ନାହିଁ ।