ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି ମହାତ୍ମାଙ୍କ ନୀତି ଆଦର୍ଶ: ମୋଦୀ

ହିରୋସୀମାରେ ମହାତ୍ମା​‌ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହାତ୍ମାଙ୍କ ନୀତି ଆଦର୍ଶ ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି।

ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି ମହାତ୍ମାଙ୍କ ନୀତି ଆଦର୍ଶ: ମୋଦୀ

ହିରୋସୀମାରେ ମହାତ୍ମା​‌ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହାତ୍ମାଙ୍କ ନୀତି ଆଦର୍ଶ ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି। ଏହି ଅବସରରେ ସେ ଆଣବିକ ଅସ୍ତ୍ର ତଥା ଗଣସଂହାର କରୁଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର ସର୍ବାଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଜାପାନ ପ୍ରତିପକ୍ଷ ଫୁମିଓ କିସିଦାଙ୍କ ପ୍ରସ୍ତାବିତ ଆଣବିକ ଅସ୍ତ୍ର ମୁକ୍ତ ବିଶ୍ବକୁ ସେ ସମର୍ଥନ କରିବା ସହ ଏଥିପାଇଁ ଆହ୍ବାନ ଦେଇଛନ୍ତି। ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ସମାପ୍ତି ଘଟିପାରିବ ବୋଲି ସେ କହିଥିଲେ। ଭାରତ ସର୍ବଦା ନିଜର ସାର୍ବଭୌମତ୍ବ ରକ୍ଷା ଏବଂ ସୀମାନ୍ତରେ ଶାନ୍ତି ପ୍ରତି​ଷ୍ଠା ପାଇଁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି।

ଏଥିସହିତ ଯେଉଁମାନେ ଭାରତ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦେବା ପାଇଁ ଯେମିତି ସକ୍ଷମ, ସେମିତି ସାମାଜିକ ଓ ମାନବୀୟ ସହଯୋଗ ଯୋଗାଇବାରେ ପ୍ରତିଶ୍ରୁତିବଦ୍ଧ। ବିପଦରେ ପଡ଼ିଥିବା ରାଷ୍ଟ୍ରକୁ ସହାୟତା ଭାରତର ନୀତି। ଜାପାନ, ଭିଏତ୍‌ନାମ, ଫ୍ରାନ୍ସ, ୟୁକ୍ରେନ୍‌ ନେତାମାନଙ୍କ ସହ ସାକ୍ଷାତ ସମୟରେ ମଧ୍ୟ ମୋଦୀ ସମାନ କଥା କହିଥିଲେ। ବିଶେଷକରି ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକୁ ଭାରତ ପ୍ରାଧାନ୍ୟ ଦିଏ ବୋଲି ମୋଦୀ କହିଥିଲେ।