ଗୋଆରେ ପ୍ରଥମ ମହିଳା ପ୍ରାର୍ଥୀ ଭାବେ ଲଢ଼ିବେ ପଲ୍ଲବୀ ଡେମ୍ପୋ
ଇତିହାସ ରଚିଲେ ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋ

ଇତିହାସ ରଚିଲେ ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋ। ସେ ବିଜେପିର ଗୋଆ ପୋଲ ଇତିହାସରେ ପ୍ରଥମ ମହିଳା ପ୍ରାର୍ଥୀ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ତାଲିକାରେ ଦକ୍ଷିଣ ଗୋଆରୁ ଡେମ୍ପୋଙ୍କ ନାକ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି ଜେପି।
ଗୋଆର ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବୀ ଡେମ୍ପୋ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବ୍ୟବସାୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।
ଗୋଆର ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବୀ ଡେମ୍ପୋ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବ୍ୟବସାୟ ପରିଚାଳନାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୪୯ ବର୍ଷୀୟ ଉଦ୍ୟୋଗୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ୍ ଇଷ୍ଟେଟ ବିଭାଗର ଦେଖାଶୁଣା କରନ୍ତି।
ଦକ୍ଷିଣ ଗୋଆ ଆସନକୁ ବର୍ତ୍ତମାନ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସର୍ଦ୍ଦାର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ୧୯୬୨ ମସିହା ପରଠାରୁ ବିଜେପି ଏହି ନିର୍ବାଚନମଣ୍ଡଳୀରେ ମାତ୍ର ଦୁଇଥର ଜିତିଛି।
୧୯୯୯ ଏବଂ ୨୦୧୪ରେ ବିଜେପି ଏହି ଆସନ ଜିତିଥିଲା କିନ୍ତୁ ଏହାକୁ ବଜାୟ ରଖିପାରି ନଥିଲା। ଡେମ୍ପୋଙ୍କ ସ୍ୱାମୀ ଶ୍ରୀନିବାସ ଡେମ୍ପୋ ଜଣେ ବିଶିଷ୍ଟ ଶିଳ୍ପପତି, ଯିଏ ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ)ର ମୁଖ୍ୟ ଅଟନ୍ତି।