ନିର୍ବାଚନ ଲଢିବେନି ନରସିଂହ, କଲେ ଘୋଷଣା
ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ରାଜନୀତି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନରସିଂହ । ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ସେ ଏହି ଘୋଷଣା କରିଛନ୍ତି । ଆଗାମୀ ୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ପ୍ରସଙ୍ଗ ଉଠାଯିବା ନେଇ ସେ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର ଏକ ଘରୋଇ ହୋଟେଲରେ ଦରବାର ଡାକିଥିଲେ । ଏଥିରେ ନରସିଂହ ଘୋଷଣା କରିଛନ୍ତି, ବିଧାୟକ ହିସାବରେ ଏହା ହେଉଛି ତାଙ୍କ ଶେଷ ଜନତା ଦରବାର । ସେ ଆଉ ନିର୍ବାଚନ ଲଢିବେ ନାହିଁ କିନ୍ତୁ ରାଜନୀତି କରିବେ ବୋଲି କହିଛନ୍ତି ନରସିଂହ ।