ବନ୍ଦ ହୋଇପାରେ ଅଦିନ ରଥଯାତ୍ରା, ଇସ୍କନକୁ ଚିଠି ଲେଖିଲେ ଗଜପତି
ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବା ପ୍ରସଙ୍ଗ
ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବା ପ୍ରସଙ୍ଗ । ନଭେମ୍ବର 3ତାରିଖରେ ହେବାକୁ ଥିବା ସ୍ନାନଯାତ୍ରା କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ଦେଲେ iskcon କର୍ତ୍ତୃପକ୍ଷ । ଏପରିକି ଅଦିନ ରଥଯାତ୍ରାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ ହେଉଛି ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ । ନଭେମ୍ବର 9ତାରିଖରେ ରଥଯାତ୍ରା ହେବ କି ନାହିଁ, ସେ ନେଇ ଚାଲିଛି ଆଲୋଚନା ।
ସେପଟେ ଓଡ଼ିଆ ପରମ୍ପରା ସଂସ୍କୃତିକୁ ବଦଳାଇଲେ ଇସ୍କନ ମନ୍ଦିର ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି କଳିଙ୍ଗ ସେନା। କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଲା ସଂଗଠନ। ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଳିଙ୍ଗ ସେନା। ଇସ୍କନ ମନ୍ଦିର ସମ୍ମୁଖରେ ସମ୍ମିଳନୀ କରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଚେତାବନୀ ଦେଇଛି।








