ରାଜ୍ୟରେ ଏବେ ବିଜେପି ସରକାର
ସରକାରକୁ ମାସେ ପୂରିଥିବାବେଳେ ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ନିଆଯାଉଛି

ରାଜ୍ୟରେ ଏବେ ବିଜେପି ସରକାର । ସରକାରକୁ ମାସେ ପୂରିଥିବାବେଳେ ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ନିଆଯାଉଛି । ଏହାରି ଭିତରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ହେଲା ଷ୍ଟାର୍ଟଅପ ଓଡ଼ିଶା ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ କାଣ୍ଟଛାଣ୍ଟ କରାଯାଇଛି । ଆର୍ଥିକ କ୍ଷମତା ନେଇ ଏମଏସଏମଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବ ସରକାରଙ୍କ ସମସ୍ତ ନିଦେ୍ର୍ଧଶାନାମାକୁ ରଦ୍ଧ କରି ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଉପଦେଷ୍ଟା, ଆଉଟସୋର୍ସିଂ ଷ୍ଟାଫ ଓ ନିର୍ମାଣ କାର୍ଯ୍ୟ ଆଦି ପାଇଁ କ୍ଷମତା ନିର୍ଦ୍ଧାରିତ ହୋଇଛି । ଷ୍ଟାର୍ଟଅପ ଓଡ଼ିଶା ନିର୍ବାହୀ ନିଦେ୍ର୍ଧଶକଙ୍କ ଆର୍ଥିକ କ୍ଷମତା ସର୍ବାଧିକ ୧ କୋଟି ରହିଛି । ସେହିପରି ଷ୍ଟାର୍ଟଅପ ଓଡ଼ିଶା ନିଦେ୍ର୍ଧଶକମଣ୍ଡଳୀଙ୍କ କ୍ଷମତା ସର୍ବାଧିକ ୧୦ କୋଟି । ତେବେ ଖର୍ଚ୍ଚ ବଜେଟ ଅନୁଯାୟୀ ଓ ସରକାରୀ ନିୟମ ଅନୁପାଳନ ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।