ଆମ୍ବୁଲାନ୍ସରେ ଲାଗିଲା ନିଆଁ
ପାପଡ଼ାହାଣ୍ଡି ନୂଆସାହି ରାସ୍ତାରେ ମଙ୍ଗଳବାର ଏକ ୧୦୮ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗି ଯାଇଥିଲା

ପାପଡ଼ାହାଣ୍ଡି ନୂଆସାହି ରାସ୍ତାରେ ମଙ୍ଗଳବାର ଏକ ୧୦୮ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗି ଯାଇଥିଲା। ସୂଚନା ମୁତାବକ, ବେତଝରଣ ଗ୍ରାମରୁ ଏକ ୧୦୮ ଆମ୍ବୁଲାନ୍ସ ଚନ୍ଦ୍ରସେନ ଖରାଙ୍କୁ ଧରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିଲା। ଏହି ସମୟରେ ଶିବ ମନ୍ଦିର ପଛପଟେ ଗାଡିର ବାମ ପାଖର ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା। ଧୂଆଁ ଦେଖାଯିବାରୁ ଆମ୍ବୁଲାନ୍ସ କର୍ମଚାରୀ ଗାଡିଟିକୁ ରଖି ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପାଣି ଢାଳି ନିଆଁକୁ ଆୟତ୍ତ କରିଥିଲେ। ଏକ ଅଟୋ ସାହାଯ୍ୟରେ ରୋଗୀଙ୍କୁ ମେଡିକାଲ ପଠାଯାଇଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।