ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ
ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ। ଏୟାରଫିଲଡ ଥାନା କୁହା ଗ୍ରାମରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା

ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ। ଏୟାରଫିଲଡ ଥାନା କୁହା ଗ୍ରାମରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା। ରାତି ଅଧରେ ରକ୍ତ ରଞ୍ଜିତ ହେଲା ରାଜଧାନୀ। ଗାଡି ପାର୍କିଂକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଶେଷରେ ଘଟିଛି ହତ୍ୟାକାଣ୍ଡ। ଏୟାରଫିଲଡ଼ ଥାନା କୁହା କଲ୍ୟାଣୀ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ନିକଟରେ ପାର୍କିଂକୁ ନେଇ ମୃତକ ରଶ୍ମି ରଞ୍ଜନଙ୍କ ସହ ବିବାଦ ହୋଇଥିଲା। ଯେଉଁଥି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ। ତେବେ ମୃତକ ହେଉଛନ୍ତି କେନ୍ଦ୍ରାପଡ଼ାର ସମ୍ବିତ ରାଉତ ଏବଂ ରଶ୍ମି ରଞ୍ଜନ ସେଠି ଓରଫ ଜିତୁ। ଅଭିଯୁକ୍ତ ମାନେ ଘଟଣା ଘଟାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି ଏୟାରଫିଲଡ଼ ଥାନା ପୋଲିସ।