SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର

ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର

ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ବିଶେଷ କରି ଏସଏଚଜି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏସଏଚଜି ମହିଳାଙ୍କ ପାଇଁ ଗଠନ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଢାଞ୍ଚାରେ ଏହି ପାଣ୍ଠି ଗଠନ କରାଯିବ । ରୋଗଗ୍ରସ୍ତ ମହିଳା ଏବଂ ଦୁର୍ଘଟଣାଗ୍ରସ୍ତ ହେଲେ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯିବ ।

ଏହାବ୍ୟତୀତ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମଧ୍ୟ ସରକାର ଗ୍ରୁପର ସଦସ୍ୟାମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବେ । ଏହି ଫଣ୍ଡ କାର୍ଯ୍ୟକାରୀ କରିବ ପାଇଁ ରାଜ୍ୟ ସରକାର ୩-୪ ମାସ ସମୟ ନେଇଛନ୍ତି । ଏହାମଧ୍ୟରେ ଫଣ୍ଡ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା ରଖାଯାଇଛି । ରାଜ୍ୟ ବଜେଟରୁ ଏଥିପାଇଁ ଅର୍ଥ ବ୍ୟୟବରାଦ କରାଯିବ । ରାଜ୍ୟସ୍ତରୀୟ ଏସଏଚଜି ଫେଡେରେସନ ଗଠନ ହେବ ବୋଲି ମଧ୍ୟ କୁହାଯାଇଛି । ଏ ନେଇ ମିଶନ ଶକ୍ତି ସଚିବ ସୂଚନା ଦେଇଛନ୍ତି । ଏହା ରାଜ୍ୟର ମିଶନ ଶକ୍ତି ଏବଂ ଏହାସହ ଜଡିତ ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ ଉପହାର ହେବ ।