ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଲେ ଶିକ୍ଷକ

ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଛନ୍ତି ଜଣେ ଶିକ୍ଷକ। ଏଭଳି ଏକ ଅଭାବନୀୟ ତଥା ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି

ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଲେ  ଶିକ୍ଷକ

ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଛନ୍ତି ଜଣେ ଶିକ୍ଷକ। ଏଭଳି ଏକ ଅଭାବନୀୟ ତଥା ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ହାତୀଗୋଡା ପଞ୍ଚାୟତ ଅନ୍ତର୍ଗତ ହାତୀଗୋଡା ଗ୍ରାମ ନିକଟ ଜୁରୁଙ୍ଗସାହି ଛକ ନିକଟରେ। ସୂଚନା ଅନୁଯାୟୀ ଶିକ୍ଷକ ସାରଙ୍ଗଧର ସେଠୀ ଧିରୋଳ୍ ଉପ୍ରା ବିଦ୍ୟାଳୟର ଜଣେ ଶିକ୍ଷକ। ଗତକାଲି ରବିବାର ଛୁଟି ଥିବାରୁ ସେ ଘରକୁ ଯାଇଥିଲେ। ସୋମବାର ପ୍ରବଳ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଯାଉଥିବା ବେଳେ ସକାଳ ପ୍ରାୟ ସାଢେ଼ ଦଶଟା ସମୟରେ ହାତୀଗୋଡା ଗ୍ରାମ ନିକଟ ଜୁରୁଙ୍ଗସାହି ଛକ ନିକଟରେ ରାସ୍ତା ଉପରେ ଶୋଇଗଲେ। ଏପରି ନିଶାସକ୍ତ ଅବସ୍ଥାରେ ଥିଲେ ଯେ ବାରମ୍ବାର ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଉଠିନପାରି ସେଠାରେ ଶୋଇ ରହିଥିଲେ। ହଁ ଦର୍ଶକ ବନ୍ଧୁ, ସାର୍ ତଥାପି ନିଶାରୁ ଉଠି ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ ଦେବାକୁ ଚେଷ୍ଟା ଜାରି ରଖିଛନ୍ତି, ଯଦି ସେ ବିଦ୍ୟାଳୟରେ ପହଞ୍ଚି ଗଲେ ଛାତ୍ରଛାତ୍ରୀଙ୍କୁ କି ଶିକ୍ଷାଦାନ ଦେବେ ଆପଣମାନେ ଜାଣିପାରୁଥିବେ। ହଁ ଦର୍ଶକ ବନ୍ଧୁ ଏହି ଶିକ୍ଷକ ସାରଙ୍ଗଧର ସେଠୀଙ୍କ ନାମରେ ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟରେ ଶିକ୍ଷାଦାନ ଦେଉଥିବାର ଅଭିଯୋଗ ହୋଇଆସୁଥଲେ ମଧ୍ୟ ଭେଟି ବଦଳରେ ଉପରିସ୍ଥ ଅଧିକାରୀମାନଙ୍କ ବିଶାଳ ହୃଦୟର ଅନୁକମ୍ପା ଲାଭ ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଶୁଣିବାକୁ ମିଳୁଛି। ତେବେ ଏଥର ତାଙ୍କ ବିରୋଧରେ ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷ ଆଗକୁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ନା ପୁଣି ଭେଟି ମାୟାରେ ବାୟା ହୋଇ ଘଟଣା ଉପରେ ପରଦା ଢାଙ୍କି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଦେଖିବାକୁ ବାକି ରହିଲା।