ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ। ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି । ଏବେ ନୂଆ ଦାୟିତ୍ବ ଦେଇଥିବାବେଳେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ।