ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର
ସୁନା ପ୍ରେମୀଙ୍କ ଲାଗି ଖୁସି ଖବର। ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର

ସୁନା ପ୍ରେମୀଙ୍କ ଲାଗି ଖୁସି ଖବର। ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର। ମାସକ ଭିତରେ ସୁନା ଦାମ ୨ ହଜାର ଟଙ୍କା ଖସିଛି। ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।
କେବଳ ଅକ୍ଟୋବର ମାସର ୫ ଦିନରେ ସୁନା ଦର ୧ ହଜାର ୧୦୦ ଟଙ୍କା କମିଛି। ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ଦର ୫୩ ହଜାର ଟଙ୍କା ରହିଛି। ସେହିପରି ରୁପା ଦର ହ୍ରାସ ପାଇଛି। ରୁପା ଦର କିଲୋଗ୍ରାମ ପିଛା ୭ ହଜାର ଟଙ୍କା ଖସି ୭୦ ହଜାର ଟଙ୍କାରେ ପହଞ୍ଚିଛି।