ଗତକାଲିଠୁ ଉପବାସରେ ଶ୍ରୀଲିଙ୍ଗରାଜ, ହୋଇନାହିଁ ନୀତିକାନ୍ତି

ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ ଗତକାଲିଠୁ ଉପବାସରେ ଅଛନ୍ତି

ଗତକାଲିଠୁ ଉପବାସରେ ଶ୍ରୀଲିଙ୍ଗରାଜ, ହୋଇନାହିଁ ନୀତିକାନ୍ତି

ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ ଗତକାଲିଠୁ ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଗତକାଲି ମଙ୍ଗଳ ଆଳତି ପରଠାରୁ ମହାପ୍ରଭୁଙ୍କ କୌଣସି ନୀତିକାନ୍ତି ହୋଇନାହିଁ।

ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ସବୁ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ କେମିତି ହାଇକୋର୍ଟରୁ ଅନୁମତି ମିଳିଛି ବୋଲି ପ୍ରଶ୍ନ କରିଛି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ବାରମ୍ବାର ଶ୍ରୀଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଯୋଗୁଁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଚଳାବସ୍ଥା ଶୀଘ୍ର ଦୂର କରିବା ପାଇଁ ଦାବି ହୋଇଛି।