ମା’ ଶାରଳା ମନ୍ଦିରରେ ଲାଗୁ ହେଲା ନୂଆ ନିୟମ

ମା’ ଶାରଳାଙ୍କ ମନ୍ଦିରରେ ଫଟୋ ଉଠାଇଲେ ଗଣିବେ ତଣ୍ଡ

ମା’ ଶାରଳା ମନ୍ଦିରରେ ଲାଗୁ ହେଲା ନୂଆ ନିୟମ

ଜଗତସିଂହପୁର ଜିଲ୍ଲା ମା’ ଶାରଳା ମନ୍ଦିରରେ ଲାଗୁ ହେଲା ନୂଆ ନିୟମ । ମା’ଙ୍କ ମନ୍ଦିରରେ ଫଟୋ ଉଠାଇବା ମନା । ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ବ୍ୟତିତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବାକୁ ମଧ୍ୟ ନିଷେଧ କରାଯାଇଛି ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରଦ୍ଧାଳୁ ବା ସେମାନଙ୍କ ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ପାଇଁ ମଧ୍ୟ ନିଷେଧ କରାଯାଇଛି । ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦି କେହି ମା’ଙ୍କ ମନ୍ଦିରରେ ଫଟୋ ଉଠାଇଲେ ପ୍ରଥମେ ୫୦୦, ଦ୍ୱିତୀୟ ଥର ୧ହଜାର ଜରିମାନା ଲାଗୁ କରାଯିବ ବୋଲି ନିଷ୍ପତି ନିଆଯାଇଛି । ବ୍ରତ ହୋଇନଥିବା ପଣ୍ଡା ସେବକ, ଅବିବାହିତ ରାଉଳ ସେବକଙ୍କୁ ଗର୍ଭଗୃହ ମନା ।