ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଲାଇନଚୁତ୍ୟ

ଅପ୍ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଲାଇନ୍ ଚୁତ୍ୟ

ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଲାଇନଚୁତ୍ୟ

ଅପ୍ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଲାଇନ୍ ଚୁତ୍ୟ। ଓଡ଼ିଶା ସୀମା ପଶ୍ଚିମବଙ୍ଗ ନେକୁରସିନି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ୧୨୮୩୭ ନମ୍ବର ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସର ଯାନ୍ତ୍ରିକ ତ୍ରୁଟି ପାଇଁ ଚଳନ୍ତା ଟ୍ରେନର କପ୍ ଲିଂଗ କାଟି ୩ ଟି ବଗି ଧରି ଆଗକୁ ପଳାଇଲା ଇଞ୍ଜିନ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଇଞ୍ଜିନକୁ ଛାଡ଼ି ୧୫ଟି ବଗି ରହିଗଲା ପଛରେ। ଖଡଗପୁର ଛାଡ଼ିବା ପରେ ରାତି ପ୍ରାୟ ଗୋଟାଏ ପାଖାପାଖି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।

ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ବେଳେ ଅଫ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବରେ ଚାଲିଲା ବହୁ ଟ୍ରେନ। ଦୀର୍ଘ ୭ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ଏଭଳି ତ୍ରୁଟି କାହିଁକି ହେଲା ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।