ଖୋଲିବନି ହୀରାକୁଦ ଗେଟ୍
ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି

ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି । ତଳମୁଣ୍ଡରେ ବନ୍ୟାଜଳ ନଛାଡିବା ଯାଏଁ ଗେଟ ଖୋଲାଯିବନି । ସେପଟେ, ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଛି । ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।
ତେବେ ବୈତରଣୀରେ ବନ୍ୟାଜଳ ଖସୁଛି । ଆଖୁଆପଦାଠାରେ ପାଣି କମୁଛି । ବ୍ରାହ୍ମଣୀରେ ଜଳସ୍ତର ବଢ଼ୁଛି କିନ୍ତୁ କିଛି ସମୟ ପରେ ତାହା ସ୍ଥିର ଅବସ୍ଥାକୁ ଆସିବାର ସମ୍ଭାବନା ରହିଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପାଣି ଗତି କରିବ । ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା ଓ ଭଦ୍ରକର ଆଖୁଆପଦାଠାରେ କିଛି ସ୍ଥାନରେ ତଳିଆ ଅଂଚଳରେ ପାଣି ପଶିଛି । ତଳମୁଣ୍ଡରେ ପାଣି ଗତି ନକରିବା ଯାଏଁ ହୀରାକୁଦରେ କୌଣସି ଗେଟ ଖୋଲାଯିବ ନାହିଁ ।