ଶିବ ମନ୍ଦିରକୁ ଗଞ୍ଜେଇ ମନା
ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଂଜେଇ ବ୍ୟବହାର

ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଂଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।