ଦଶହରା ରାତିରେ ଫୁଟିଲା ଗୁଳି
ପୁଣି ଥରେ ଅଶାନ୍ତ ହେଲା ଜୟପୁର । ଦଶହରା ରାତିରେ ଫୁଟିଲା ଗୁଳି

ପୁଣି ଥରେ ଅଶାନ୍ତ ହେଲା ଜୟପୁର । ଦଶହରା ରାତିରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜୟପୁର ନିକଟସ୍ଥ ଉମୁରୀ ଠାରେ ୧୦ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ପହଞ୍ଚି ଜୟପୁର ସଦର ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀର ଲୋକ ପ୍ରତିପକ୍ଷ ଗୋଷ୍ଠୀକୁ ଭୟଭୀତ କରିବାକୁ ଏପରି ୧୦ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଜଣାପଡିଛି । ଏପରିକି ଦୁର୍ବୃତ୍ତମାନେ ପ୍ରତିପକ୍ଷ ଗୋଷ୍ଠୀଙ୍କ ଘରେ ପଶି ମହିଳାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରୁ ଖୋକା ଜବତ କରି ତଦନ୍ତ ଜୋରଦାର କରିଥିବା ଜୟପୁର ସଦର ଥାନା ଅଧିକାରୀ କହିଛନ୍ତି ।