ରାମ ମନ୍ଦିର ପରିସରରେ ସେନାଙ୍କୁ ଗୁଳିମାଡ଼
ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି

ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାମ ଜନ୍ମଭୂମି ପରିସରରେ ପିଏସିର ଜଣେ ସେନାଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଥିଲା। ଛାତିରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ରାମ ପ୍ରସାଦଙ୍କୁ ଲକ୍ଷ୍ମୌର ଟ୍ରମା ସେଣ୍ଟରକୁ ପଠାଯାଇଛି। ସୂଚନା ପାଇବା ମାତ୍ରେ ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ।