ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଲା

ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଲା

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଲମଣ୍ଡା ଓ କଣ୍ଟକପଲ୍ଲୀ ଷ୍ଟେସନ ମଧ୍ୟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 14କୁ ବୃଦ୍ଧି ପାଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତ ଓ ଗୁରୁତରଙ୍କୁ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ଜୋରସୋରରେ ଚାଲିଛି ମରାମତି କାମ ।

ଅପରାହ୍ନ 4ଟା ସୁଦ୍ଧା ସମସ୍ତ ଟ୍ରାକ୍ ଫିଟ୍ ହୋଇଯିବା ନେଇ ସୂଚନା ଦେଇଛନ୍ତି ସିପିଆରଓ । ସେପଟେ ଟ୍ରେନ ଦୁର୍ଘଟଣାରେ 11 ମୃତକଙ୍କ ପରିଚୟ ମିଳିଛି । 11 ମୃତକଙ୍କ ପରିଚୟ ମିଳିଛି । ସେମାନଙ୍କ ନାଁ ହେଉଛି ... 

1. କାଞ୍ଚୁ ବାରକି, ଗୋଡିକୋମ୍ମୁ ଗାଁ, ଜାମି ମଣ୍ଡଳ, ବିଜୟନଗରମ୍ ଜିଲ୍ଲା

2. ଗିରିଜାଲା ଲକ୍ଷ୍ମୀ, S.P. ରାମଚନ୍ଦ୍ରପୁରମ୍, ଜି.ସିଗଡମ୍ ମଣ୍ଡଳ, ଶ୍ରୀକାକୁଲମ୍ ଜିଲ୍ଲା

3. କରଣମ୍ ଆପ୍ପାଲାନାଇଡୁ, କାପୁ ସମ୍ବମ୍, ଗାରିଭିଡି, ବିଜୟନଗରମ୍ ଜିଲ୍ଲା

4. S.M.S ରାଓ, ଲୋକୋ ପାଇଲଟ୍, ବିଶାଖାପଟ୍ଟନମ୍

5. ଚିନ୍ତାଲା କ୍ରୀଷ୍ଣମ୍ ନାଇଡୁ, କୋଠଭଲାସା, ବିଜୟନଗରମ୍ ଜିଲ୍ଲା

6. ପିଲ୍ଲା ନାଗାରାଜ୍ଜୁ, କପ୍ପୁସମ୍ଭମ୍ ଗାଁ, ଗାରିଭିଡି, ବିଜୟନଗରମ୍ ଜିଲ୍ଲା

7. ଏମ୍, ଶ୍ରୀନିବାସ, ପଲାସା ପାସେଞ୍ଜର୍ ଗାର୍ଡ, ବିଶାଖାପଟନମ୍ 

8. ତେଙ୍କାଲା ସୁଗୁନାମ୍ମା, ମେଟ୍ଟାଭଲାସା ଗାଁ, ଜି.ସିଗଦମ୍, ବିଜୟନଗରମ୍ ଜିଲ୍ଲା

9. ରେଡ୍ଡି ସିଥମ୍ ନାଇଡୁ, ରେଡ୍ଡିପେଟ୍ଟା, ଚିପୁରୁପାଲ୍ଲୀ, ବିଜୟନଗରମ୍ ଜିଲ୍ଲା

10. ମଜ୍ଜି ରମୁ, ଗଡଭଲାସା ଗାଁ, ଗରିଭିଡି, ବିଜୟନଗରମ୍ ଜିଲ୍ଲା

11. ଚାଲା ସତୀଶ, ପ୍ରଦୀପ ନାଗର, ବିଜୟନଗରମ୍ ଜିଲ୍ଲା 

ତେବେ ଦୁର୍ଘଟଣା ପାଇଁ 45ଟି ଟ୍ରେନକୁ ବାତିଲ କରାଯାଇଛି । ସେହିପରି 26ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ସିଗନାଲ୍ ତ୍ରୁଟି ଯୋଗୁଁ ବଡ ଅଘଟଣ ଘଟିଥିବା ସୂଚନା ଦେଇଛନ୍ତି ସିପିଆରଓ । ଷ୍ଟାଣ୍ଡାର୍ଡ଼ ପ୍ୟାସେଞ୍ଜରଙ୍କ ପାଇଁ ଅଲଗା ଟ୍ରେନ୍ କିମ୍ବା ବସର ବ୍ୟବସ୍ଥା କରାଯାଇଛି ।