ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ

ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ

ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ। ବାରିପଦା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ ଅଫିସରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ବ୍ୟାଙ୍କର ତୃତୀୟ ମହଲାରେ ନିଆଁ ଲାଗିଛି। ଉପର ମହଲାକୁ ନିଆଁ ବ୍ୟାପିବାର ସମ୍ଭାବନା ରହିଥିବାରୁ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚିବାରେ ନିଆଁ ଲିଭାଇବା ଆରମ୍ଭ କରିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ବ୍ୟାଙ୍କ ଭିତରେ କିଛି କର୍ମଚାରୀ ଫଶି ରହିଥିବା ଆଶଙ୍କା କରାଯାଉଛି। ଧୂଆଁ ଅଧିକ ହେଉଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ଏପର୍ଯ୍ୟନ୍ତ ୩ ଜଣ କର୍ମଚାରୀଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି।ଅସୁସ୍ଥ ମଧ୍ୟରେ ଜଣେ ମହିଳା ସମେତ ୨ଜଣ ପୁରୁଷ ଥିବା ଜଣାଯାଇଛି।