ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ସ୍କିଲ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୩
ଆସନ୍ତା ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ସ୍କିଲ୍ ଇନ୍ ଓଡିଶା କନକ୍ଲେଭ୍୨୦୨୩ ଅନୁଷ୍ଠିତ ହେବ

"ସ୍କିଲ୍ଡ-ଇନ୍-ଓଡ଼ିଶା", ଯାହା ଦର୍ଶାଇବ ଶ୍ରେଷ୍ଠ କୁଶଳୀ ଲୋକ ଓଡ଼ିଶାରୁ ହିଁ ଆସନ୍ତି ଏହି ଆଭିମୁଖ୍ୟ ନେଇ କରାଯାଉଛି ସ୍କିଲ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୩
ଭୁବନେଶ୍ୱର: ଦକ୍ଷତା କ୍ଷେତ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ତଥା ଇଂଜିନିୟରିଂର ବିଭିନ୍ନ ଟ୍ରେଡ୍ ଛାତ୍ରଛତ୍ରୀଙ୍କୁ ଆଧୁନିକ ଦକ୍ଷତା ତାଲିମ ଦିଆଯିବା ସହ ଯୁବଗୋଷ୍ଠୀଙ୍କୁ ଅଧିକ କୁଶଳୀ, ଦକ୍ଷ କରି ଗଢ଼ିତୋଳିବା ପାଇଁ ସରକାର ଅନେକ ବ୍ୟବହାରିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛନ୍ତି ।
- ୨୦୨୪ ମିଶନ ପାଇଁ ରାଜ୍ୟର ଦକ୍ଷତା ବିକାଶ ଲକ୍ଷ୍ୟ ନିର୍ଦ୍ଧାରଣ।
- ଦକ୍ଷତା ବିକାଶର ସର୍ବୋତ୍କୃଷ୍ଟ କେନ୍ଦ୍ର ଭାବେ ଭୁବନେଶ୍ଵରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପ୍ରଚେଷ୍ଟା
- ସମସ୍ତ ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ଓଡ଼ିଶାକୁ ଅଗ୍ରଣୀ ପ୍ରତିଯୋଗୀ କରିବା ପାଇଁ ପଦକ୍ଷେପ
- କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡିକୁ ଅଧିକ ସଫଳ ଏବଂ କ୍ରିୟାଶୀଳ କରିବା ପାଇଁ ନିୟମିତ ତର୍ଜମା ସହ ଉଚିତ ପଦକ୍ଷେପ ଗ୍ରହଣ କରିବା
- ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବା ପଛୁଆ ବର୍ଗଙ୍କ ପାଇଁ ଉପଯୁକ୍ତ ଦକ୍ଷତା ବିକାଶ ସୁନିଶ୍ଚିତ କରାଇବା।ପ୍ରମୁଖ ବିଷୟ ବସ୍ତୁ ଉପରେ ଧ୍ୟାନ ଦିଆଯାଉଛି
ସ୍କିଲଡ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ବିଭିନ୍ନ ଶିଳ୍ପସଂସ୍ଥା, ଅନୁଷ୍ଠାନର ପ୍ରତିନିଧି ତଥା ଯୁବକ ଏବଂ ଛାତ୍ରଛାତ୍ରୀ ମାନେ ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସହିତ ଆଧୁନିକ ଜ୍ଞାନ କୌଶଳର ଅଧିକାରିଣୀ ହୋଇ ପାରିବେ ସେନେଇ ପ୍ରୟାସ ଜାରି ରହିଛି।
ତେବେ ଏହି ପ୍ରୟାସ ନେଇ ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ-୨୦୨୩ ଆୟୋଜନ ପାଇଁ ଆଜି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଥିଲେ, ଏପ୍ରିଲ ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ହେବ। ଏଥିରେ ସବୁ ବିଭାଗ ସାମିଲ୍ ହେବାକୁ ସେ ଅନୁରୋଧ କହିଥିଲେ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ସ୍କିଲ୍ଡ ଇନ୍ ଓଡ଼ିଶାର ଉଦ୍ଦେଶ୍ୟ ବିଷୟରେ କହିଥିଲେ।
ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଏହି ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ। ସ୍କିଲ୍ଡ ଇନ୍ ଓଡ଼ିଶା ମିସନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିସନ୍ ଭାବେ ବିକଶିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ। ଏକ ବିଶାଳ ଓଡ଼ିଶା ସ୍କିଲ୍ କନ୍କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗ ସହଯୋଗ କରିବାକୁ ଶ୍ରୀ ଜେନା ଅନୁରୋଧ କରିଥିଲେ।
ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସଂପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ।
ଶିଳ୍ପ ଚାହିଦା ଏବଂ ବ୍ୟବସାୟକୁ ଆଧାର କରି ‘ସ୍କିଲଡ୍-ଇନ୍-ଓଡିଶା ର ଏହି ଅଧିବେଶନ ରେ ଟାଟା ଷ୍ଟିଲ୍, ଆଇବିଏମ୍, ଏସ୍ଏମ୍ଏସ୍ ଗ୍ରୁପ୍, ହେକ୍ସାଗନ୍ ଇଣ୍ଡିଆ, ୟୋକୋହାମା, ଇଭିଓଏସ୍ ବିଲଡକନ୍ ଭଳି ବହୁ ବ୍ୟବସାୟିକ ଓ ଶିଳ୍ପପ୍ରତିଷ୍ଠାନ ଯୋଗଦେବାର କାର୍ଯକ୍ରମ ରହିଛି ।
ଏହି ପରିପ୍ରେକ୍ଷୀରେ ଆଜି ମଞ୍ଚେଶ୍ୱର ସ୍ଥିତ ୱର୍ଲଡ୍ ସ୍କିଲ୍ ସେଣ୍ଟର ଠାରେ ରାଜ୍ୟ ର ସମସ୍ତ ପ୍ରମୁଖ ଶାସନ ସଚିବ ଓ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।