ଆଜି ଇ-ବସ ଓ ଇ-ରିକ୍ସାରେ ଯାତ୍ରା ମାଗଣା
ଆଜି ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସାରେ ଆପଣମାନେ ମାଗଣାରେ ଯାତ୍ରା କରିପାରିବେ

ରାଜଧାନୀବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆଜି ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସାରେ ଆପଣମାନେ ମାଗଣାରେ ଯାତ୍ରା କରିପାରିବେ । ଓଡ଼ିଶା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ଇ-ବସ ଓ ଇ-ରିକ୍ସାରେ ଯାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ପ୍ରଦାନ କରାଯାଉଛି । ସ୍ୱଚ୍ଛ ବାୟୁ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସଙ୍କ ଏହି ଘୋଷଣା କରିଛନ୍ତି ।
ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟ ସରକାର ଇ-ବସ ସେବା ଆରମ୍ଭ କରିଥିଲେ । ଗତବର୍ଷ ଏପ୍ରିଲ ମାସରୁ ରାଜଧାନୀରେ ଇ-ବସ ସେବା ଆରମ୍ଭ ହୋଇଥିଲା । ୨୦୧୯ ମସିହାରୁ ରାଜ୍ୟ ସରକାର ଇ-ବସ ସେବା ଯୋଜନା ଆରମ୍ଭ କରିଥିଲେ, ମାତ୍ର ତାହା ତ୍ୱରିତ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା । ପ୍ରାଥମିକ ଭାବେ ୫ଟି ବସ ଚଳାଚଳ କରିବା ସହ ପରବର୍ତ୍ତୀ ସମୟରେ ୨୦୦ଟି ବସକୁ ଏଥିରେ ସାମିଲ କରିବାକୁ କ୍ରୁଟ ଯୋଜନା କରିଥିଲା ।