ଆଜି ବନ୍ଦ ରହିବ କଟକସ୍ଥିତ ବିଭିନ୍ନ କାର୍ୟ୍ୟାଳୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବୁଧବାର  କଟକ ଗସ୍ତରେ ଯାଇ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି

ଆଜି ବନ୍ଦ ରହିବ କଟକସ୍ଥିତ ବିଭିନ୍ନ କାର୍ୟ୍ୟାଳୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବୁଧବାର  କଟକ ଗସ୍ତରେ ଯାଇ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ବୁଧବାର କଟକସ୍ଥିତ ବିଭିନ୍ନ କାର୍ୟ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ବ ବିଭାଗ କମିଶନର ଘୋଷଣା କରିଛନ୍ତି।  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି କଟକସ୍ଥିତ ବୋର୍ଡ ଅଫ୍‌ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ୟ୍ୟାଳୟ ଆର୍‌ଡିସି (କେନ୍ଦ୍ରୀୟ ଡିଭିଜନ୍‌), ଜିଲାପାଳଙ୍କ କାର୍ୟ୍ୟାଳୟ, ଉପଜିଲାପାଳଙ୍କ କାର୍ୟ୍ୟାଳୟ,ସବ୍‌ରେଜିଷ୍ଟ୍ରାର, ପିଡି ଡିଆର୍‌ଡିଏ, ପରିବହନ କାର୍ୟ୍ୟାଳୟ, ଜିଲା ଅବକାରୀ କାର୍ୟ୍ୟାଳୟ, ଜିଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ, ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିଶନରଙ୍କ କାର୍ୟ୍ୟାଳୟ, ଜିଲା ଟ୍ରେଜେରି, ଆଡ୍‌ଭୋକେଟ ଜେନେରାଲଙ୍କ କାର୍ୟ୍ୟାଳୟ, ତହସିଲଦାରଙ୍କ କାର୍ୟ୍ୟାଳୟ, କଲେକ୍ଟୋରେଟ୍‌ ପରିସର ସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ୟ୍ୟାଳୟ ଓ ୟୁକୋ ବ୍ୟାଙ୍କ, ବାର୍‌ କାଉନ୍‌ସିଲ ନିକଟସ୍ଥ କର୍ପୋରେଶନ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ୍‌ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କାର୍ୟ୍ୟାଳୟ, ଚାନ୍ଦିନୀଚୌକସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍‌, କଲେକ୍ଟୋରେଟ୍‌ ସମ୍ମୁଖସ୍ଥ ପୋଷ୍ଟ ଅଫିସ୍‌, ହାଇକୋର୍ଟ କ୍ୟାମ୍ପସ୍‌ସ୍ଥିତ ପୋଷ୍ଟ ଅଫିସ ଏବଂ ହାଇକୋର୍ଟ ନିକଟସ୍ଥ ଏଲ୍‌ଆଇସି ଅଫିସ୍‌ ଜୁଲାଇ ୨୬ ତାରିଖରେ ବନ୍ଦ ରହିବ।
ରାଷ୍ଟ୍ରପତି କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି।