ଘୁଞ୍ଚିଗଲେ ମୁରୁଜରେ ଅଙ୍କାଯାଇଥିବା ଶ୍ରୀଜଗନ୍ନାଥ
କଟକରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା।

କଟକରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। ଛାତ ଉପରେ ଚଉରା ମୂଳେ ପଡିଥିଲା ମୁରୁଜ । ମୁରୁଜରେ ଅଙ୍କା ଯାଇଥିଲା ଶ୍ରୀଜଗନ୍ନାଥଙ୍କ ଚିତ୍ର। ହେଲେ କିଛି ଘଣ୍ଟା ପରେ ସ୍ଥାନ ବଦଳି ଯାଇଥିଲା। ଅର୍ଥାତ ମୁରୁଜରେ ପଡିଥିବା ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଅନ୍ୟ ସ୍ଥାନକୁ ଘୁଂଚି ଯାଇଥିଲେ।
ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଘୁଞ୍ଚି ଯାଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁରୁଜ ପଡିଥିବା ଚିତ୍ର।
ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟ ତେଲିସାହି ଅଞ୍ଚଳରେ। ପବିତ୍ର କାର୍ତ୍ତିକ ମାସରେ ଘରେ ଘରେ ମୁରୁଜ ପଡିଥାଏ। ହେଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁରୁଜ ଚିତ୍ରର ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ ଦେଖି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରଥମେ ଫୁଲ ମଝି ଗୋଲ ଭିତରେ ମୁରୁଜରେ ଅଙ୍କା ଯାଇଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର କିପରି ଗୋଟେ କଡ଼କୁ ଘୁଂଚି ଆସିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହା ବୋଧେ ଶ୍ରୀଜଗନ୍ନାଥଙ୍କର ଲୀଳା ବୋଲି ଆଲୋଚନା ଚାଲିଛି ।