ଜାଲରେ ପଡିଲା ୧୧୦ କେଜିର ବିଶାଳକାୟ ଭୋଲା ମାଛ

ଜାଲରେ ପଡିଲା ୧୧୦ କେ.ଜି ଓଜନର ବିଶାଳକାୟ ଭୋଲା ମାଛ

ଜାଲରେ ପଡିଲା ୧୧୦ କେଜିର ବିଶାଳକାୟ ଭୋଲା ମାଛ

ଜାଲରେ ପଡିଲା ୧୧୦ କେ.ଜି ଓଜନର ବିଶାଳକାୟ ଭୋଲା ମାଛ । ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛ ପଡିଥିବା ଦେଖିବାକୁ ମିଳିଛି । ଓଡିଶାର ପାରାଦୀପ ଅଞ୍ଚଳର କିଛି ମତ୍ସଜୀବୀ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡିଥିଲା।

ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା।

ଏହି ମାଛ ବିରଳ । ସବୁ ସମୟରେ ଏହା ଦେଖିବାକୁ ମିଳେନାହିଁ । ଏହି ମାଛ କେବଳ ଗଭୀର ସମୁଦ୍ରମୁହାଁଣରେ ରହିଥାନ୍ତି । ତେବେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏହି ମାଛଟି ପାରାଦୀପ ସମୁଦ୍ରମୁହାଁଣରୁ ଧରାପଡିଛି ବୋଲି ଜଣାପଡିଛି । BBC ନାମକ ଏକ କମ୍ପାନୀ ଏହି ମାଛକୁ ୨୫,୦୦୦ ଟଙ୍କାରେ କ୍ରୟ କରିଛି । ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯିବ । ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଔଷଧ ଓ ପ୍ରସାଧନ ସାମଗ୍ରୀ ତିଆରି ହେଉଥିବାରୁ ବିଦେଶରେ ଏହି ମାଛର ବେଶ ଚାହିଦା ଥିବା ସୂଚନା ମିଳିଛି।