ଆଜି ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର

ଆଜି ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି ପତ୍ର ।

‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’- ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ବାସ୍ଥ୍ୟ ବିଭାଗ। ଗତ ୧୦ ବର୍ଷରେ ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି । ୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨ଶହ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।