ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା
ବାପାଙ୍କ ଆକଟ ହେଲା କାଳ। ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ବାପାଙ୍କ ଆକଟ ହେଲା କାଳ। ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା। ମୁତ ଯୁବକ ଜଣଙ୍କ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା (୨୮ ) । ପ୍ରଶାନ୍ତ ଏଜ ଘରୋଇ କମ୍ପାନୀରେ କଟକରେ କାର୍ୟ୍ୟ କରୁଥିଲେ । ବୁଧବାର ଗହ୍ମା ପୁନେଇ ଥିବାରୁ ଗାଁକୁ ଆସିଥିଲେ । ଗାଁରେ ସାଙ୍ଗମାନଙ୍କ ସହ ଭୋଜି ଭାତ କରିବା ପାଇଁ ଘରୁ ବାହାରି ଆସିଥିଲେ । ହେଲେ କୌଣସି କାରଣ ଯୋଗୁଁ ଗାଁରେ ଭୋଜି ଭାତ ହୋଇ ପାରିନଥିଲା। ତେଣୁ ବିଳମ୍ବରେ ଘରକୁ ଫେରିଥିଲେ । ଏହି ଘଟଣାକୁ ନେଇ ବାପା ପ୍ରଶାନ୍ତକୁ ଆକଟ କରିଥିଲେ । ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ବାହାରେ ବିଷ ପିଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିପାରି ପ୍ରଶାନ୍ତକୁ ନାଚୁଣୀ ଓ ପରେ ଟାଙ୍ଗୀ ଆଣିଥିଲେ। ଟାଙ୍ଗୀରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।