୭୭ ତମ ସ୍ଵାଧିନତା ଦିବସ ପାଳିତ

ଭୁବନ ର ବିଭିନ୍ନ ସ୍ଥାନରେ ୭୭ ତମ ସ୍ଵାଧିନତା ଦିବସ ପାଳିତ

୭୭ ତମ ସ୍ଵାଧିନତା ଦିବସ ପାଳିତ

ପଞ୍ଚାୟତ ସମିତି କାର୍ଯ୍ୟାଳୟ

ଭୁବନ ୧୭.୮- ଭୁବନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ 

ଭୁବନ ବାନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ୭୭ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଫରେଷ୍ଟର କବିତା ବିଶ୍ବାଳ,କଳ୍ପନା ବେହେରା,ସରୋଜ ବେହେରା,ଫରେଷ୍ଟ ଗାର୍ଡ ମମତା କୁଅଁର ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

୧ ନମ୍ବର ୱାର୍ଡ ବିଜେଡି କାର୍ଯ୍ୟାଳୟ 

ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର ୱାର୍ଡ  ନିଗମାନନ୍ଦ ଆଶ୍ରମ ସ୍ଥିତ ବି ଜେ ଡି କାର୍ଯ୍ୟାଳୟ ରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ୧ ନମ୍ୱର୍ ୱାର୍ଡ କାଉନସିଲର ଗିରିଧାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ଅଜୟ କୁମାର ସେଠୀ,ମନ ମୋହନ ସାହୁ,ଧନେଶ୍ଵର ବେହେରା,ପାପୁନା ମହାନ୍ତି,ଦୁଷ୍ମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସପ୍ତଧରା ଉଚ୍ଚ ବିଦ୍ୟାଳୟ ରେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା

ଭୁବନ ୧୭.୮- ଢେ଼ଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖମ୍ବ ପଞ୍ଚାୟତ ର ସପ୍ତଧରା ଉଚ୍ଚ ବିଦ୍ୟାଳୟ ରେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବକ୍ତୃତା ପ୍ରତିଯୋଗିତା ରେ ସୌମ୍ୟ ରଞ୍ଜନ ପରିଡ଼ା,ଅଂଶୁମାନ ପରିଡ଼ା ,ସବ୍ୟସାଚୀ ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସୌମ୍ୟ ରଞ୍ଜନ ପରିଡ଼ା ପ୍ରଥମ ସ୍ଥାନ ହାସଲ କରିଥିଲେ । ପ୍ରଧାନ ଶିକ୍ଷକ ନରୋତ୍ତମ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର