୪୦୦ ଲିଟର ଚୋରା ମଦ ଜବତ : ୪ ଗିରଫ
ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଅନେକ ସ୍ଥାନରେ ଚଢଉ କରାଯାଇଛି।

ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଅନେକ ସ୍ଥାନରେ ଚଢଉ କରାଯାଇଛି। ଖୋଜାପଲ୍ଲୀ, ତୁଳସୀପୁର ଓ କୈରାସୀଛକ ସମେତ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ୪୦୦ ଲିଟର ଚୋରା ମଦ ସହ ଗୋଟିଏ କାରକୁ ଜବତ କରାଯାଇଛି। ଏଥିରେ ସମ୍ପୂକ୍ତ ଥିବା ଚାରିଜଣ ବ୍ୟକ୍ତିକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଗିରଫ ମାନେ ହେଲେ ନିବାସ ପ୍ରଧାନ, ଶିବ ପାଣ୍ଡି, ଉତ୍ତମ ବାରିକ ଓ ଡାକ ପଲେଇ । ଏହି ଚଢ଼ାଉ ବେଳେ ଛତ୍ରପୁର ଅବକାରୀ ରେଞ୍ଜ ଇନିସପେକ୍ଟର ଵାଲକ ବିଶି, ଏଏସଆଇ ସନ୍ତୋଷ କୁମାର ପାଢ଼ୀ, ଖଲିକୋଟ ଆଦର୍ଶ ଅବକାରୀ ଥାନାର ଓ଼ଆଇସି ଦେବସ୍ମିତା ନାୟକ ପ୍ରମୁଖ ଚଢାଉରେ ସାମିଲ ଥିଲେ ।