ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ: ଇତିହାସ ରଚିଲେ ମନୁ, ମନିକା
ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର

ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏଥିସହ ମନୁ ପ୍ରଥମ ଭାରତୀୟ ଆଥଲେଟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ଟେବୁଲ ଟେନିସର ମହିଳା ବିଭାଗରେ ମନିକା ବାତ୍ରା ପ୍ରଥମ ଭାରତୀୟ ଭାବେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମ୍ୟାଚରେ ମନିକା ଫ୍ରାନ୍ସର ପୃଥିକା ପାୱାଡେଙ୍କୁ ୪-୦ରେ ପରାସ୍ତ କରିଥିଲେ ।