ପାରା ଆଥଲେଟ ପ୍ରମୋଦ, ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶାର ମୂଖ୍ୟମନ୍ତ୍ରୀ
ପାରା ଆଥଲେଟ ପ୍ରମୋଦ, ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶାର ମୂଖ୍ୟମନ୍ତ୍ରୀ

ପାରା ଏସିଆନ ଗେମ୍ସରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଓଡିଶାର ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାରଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଭଗତଙ୍କୁ ୨କୋଟି ଏବଂ ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ପ୍ରଦାନ କରାଯାଇଛି । ବ୍ୟାଡମିଂଟନରେ ପ୍ରମୋଦ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଏବଂ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ସେହିପରି ସୌନ୍ଦର୍ଯ୍ୟ ଚେସ ଟିମ ଇଭେଂଟରେ ସ୍ୱର୍ଣ୍ଣ ଏବଂ ବ୍ୟକ୍ତିଗତ ବିଭାଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ।
ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କ ପରି ଦକ୍ଷତା ସମ୍ପନ୍ନ ଆଥଲେଟଙ୍କୁ ସମ୍ବର୍ଦ୍ଧିତ କରିବା ମୋ ପାଇଁ ଗର୍ବର ବିଷୟ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟ ଏବଂ ଦେଶକୁ ସେମାନେ ଗୌରବାନ୍ୱିତ କରିଛନ୍ତି । ଏହି ଅବସରରେ ଓଡିଶାର ପାରା ଆଥଲେଟଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ।
୫ଟି ଓ ନବୀନ ଓଡିଶା ଚେୟାରମ୍ୟାନ ଭିକେ ପାଣ୍ଡିଆନ ଏହି ଅବସରରେ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭଗତ ଏବଂ ସୌନ୍ଦର୍ଯ୍ୟ ମଧ୍ୟ ଓଡିଶା ସରକାର ଏବଂ ମୂଖ୍ୟମନ୍ତ୍ରୀଙ୍କ ସହଯୋଗ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ଓଡିଶା ଏବଂ ଭାରତର ନାମ ରଖିବୁ ବୋଲି ସେମାନେ ଦୃଢ଼ତା ସହକାରେ କହିଛନ୍ତି । ପାରା ଏସିଆନ ଗେମ୍ସରେ ଭାରତ ଏଥର ୧୦୦ରୁ ଊର୍ଦ୍ଧ୍ୱ ପଦକ ଜିତିଥିଲା ।