ଆଦର୍ଶ ଆଚରଣ ବିଧି ଶନିବାର ଠାରୁ ହେବ ଲାଗୁ

୨୦୨୪ ସାଧାରଣ ନିର୍ବାଚନ ପାଇଁ ଗତ କିଛି ମାସ ହେଲା ସବୁଠି ମାହୋଲ ସରଗରମ ରହିଛି

ଆଦର୍ଶ ଆଚରଣ ବିଧି ଶନିବାର ଠାରୁ ହେବ ଲାଗୁ

୨୦୨୪ ସାଧାରଣ ନିର୍ବାଚନ ପାଇଁ ଗତ କିଛି ମାସ ହେଲା ସବୁଠି ମାହୋଲ ସରଗରମ ରହିଛି । ରାଜନୈତିକ ଉଷ୍ମତା ମଧ୍ୟରେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ । କେବଳ ଅପେକ୍ଷା ଥିଲା ନିର୍ବାଚନ ତାରିଖ ଘୋଷଣା । କେବେ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଏନେଇ ସବୁ ରାଜନୈତିକ ଦଳ ତଥା ଭୋଟରଙ୍କ ମନରେ ପ୍ରଶ୍ନ ଥିଲା । ସାରା ଦେଶ ସହ ଓଡ଼ିଶା ମଧ୍ୟ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଅପେକ୍ଷାରେ ରହିଥିଲା । ତେବେ ସେହି ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି ।  କାରଣ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାଯାଇଛି । ଆସନ୍ତାକାଲି ଅପରାହ୍ଣ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିବେ । 

ତେବେ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବା ସହ  ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଆସନ୍ତାକାଲି ଓଡ଼ିଶା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଲୋକସଭା ସହ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ତେବେ ୨୦୧୯ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ହୋଇଥିଲା ।