ରବୀନ୍ଦ୍ର ଜାଡେଜାଙ୍କୁ ମିଳିଲା ନୂଆ ନାମ

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଯେତେବେଳେ ବି ଅସୁବିଧାରେ ପଡିଛି ରବୀନ୍ଦ୍ର ଜାଡେଜା ସଙ୍କୋଟମୋଚକ ସାଜିଛନ୍ତି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେ ଦଳକୁ ବିଜୟୀ କରାଇଛନ୍ତି । ସୋମବାର କେକେଆର ବିପକ୍ଷ ମୁକାବିଲାରେ ସେ ୩ଟି ୱିକେଟ ନେଇ ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ହର୍ଷ କହିଥିଲେ ଥଲପତି କେମିତି ରହିବ ? ଜାଡେଜା ଏହି ନୂଆ ନାମ ନେଇ ଖୁସି ବ୍ୟକ୍ତ କରିଥିଲେ । ପରେ ସିଏସକେ ଏହି ନାମରେ ମୋହର ଲଗାଇଥିଲେ । ସେ ଏକ୍ସରେ ଏହାକୁ ଶେୟାର ମଧ୍ୟ କରିଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିବାରେ ସେ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଉଭୟ ୧୫ ଥର ଲେଖାଏଁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।