ବିଶ୍ୱକପ୍‌ ଟ୍ରଫିକୁ ଅସମ୍ମାନ ନେଇ ମିଚେଲ ମାର୍ଶଙ୍କ ଅଡୁଆ ବଢିଲା

ବିଶ୍ୱକପ୍‌ ଟ୍ରଫିକୁ ଅସମ୍ମାନ ନେଇ  ମିଚେଲ ମାର୍ଶଙ୍କ ଅଡୁଆ ବଢିଲା

ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ହାସଲ କରିଛି ବିଶ୍ୱକପ୍ ଟାଇଟଲ୍। ଏହା ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ବିଶ୍ୱକପ ଟ୍ରଫି ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବାସ୍ତବରେ, ଏହି ଫଟୋରେ ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିକୁ ତାଙ୍କ ପାଦ ତଳେ ରଖିଥିବାର ନଜର ଆସିଥିଲେ। ଯାହାକୁ କ୍ରିକେଟ୍ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ବର୍ତ୍ତମାନ ମିଚେଲ ମାର୍ଶଙ୍କ ସମସ୍ୟା ବଢିପାରେ।

ଉତ୍ତରପ୍ରଦେଶର ଜଣେ ସୂଚନା ଅଧିକାର କର୍ମୀ ମିଚେଲ ମାର୍ଶଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଏଥିରେ କୁହାଯାଇଛି ଯେ ମିଚେଲ ମାର୍ଶ ଯେପରି ବିଶ୍ୱକପ ଟ୍ରଫିକୁ ତାଙ୍କ ପାଦ ତଳେ ରଖିଥିଲେ ତାହା ଭାରତୀୟ ପ୍ରଶଂସକଙ୍କ ଭାବନାକୁ ଆଘାତ ଦେଇଛି।

ପ୍ରକାଶଥାଉକି, ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ODI ବିଶ୍ୱକପ୍ ଟ୍ରଫି କବଜା କରିଥିଲା। ଏହା ପରେ ମିଚେଲ ମାର୍ଶଙ୍କ ହାତରେ ବିୟର ଏବଂ ତାଙ୍କ ପାଦ ତଳେ ବିଶ୍ୱକପ ଟ୍ରଫି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥି ସହିତ ଅଷ୍ଟ୍ରେଲୀୟ ଅଲରାଉଣ୍ଡରଙ୍କ ଏପରି କାରନାମା ପ୍ରଶଂସକମାନେ କ୍ରୋଧିତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପରାଜୟ ସ୍ୱୀକାର କରିଥିଲା। ଏହାସହ ତୃତୀୟ ଥର ପାଇଁ ବିଶ୍ୱକପ ଚାମ୍ପିୟନ ହେବାର ସ୍ୱପ୍ନ ଭାଙ୍ଗି ଥିଲା।