ନବୀନ ନିବାସରେ ବର୍ଷା
ଟିକେଟ୍ ମିଳିବା ପରେ ଆଜି ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଟିକେଟ୍ ମିଳିବା ପରେ ଆଜି ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ବର୍ଷା । ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଦଳ । ଅମର ଶତପଥୀଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରାଯାଇଛି । ଗତକାଲି ଟିକେଟ୍ ମିଳିବା ପରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚପୂଜାର୍ଚ୍ଚନା କରିଥିଲେ । ଆଉ ଆଜି ନବୀନ ନିବାସରେ ପହଞ୍ଚିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।
ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ବର୍ଷାଙ୍କୁ ଯୋଦ୍ଧା କରିଛି ବିଜୁ ଜନତା ଦଳ । ବର୍ଷା ତାଙ୍କ ପ୍ରାଥମିକ ପ୍ରତିକ୍ରିୟାରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି । ମୁଖମନ୍ତ୍ରୀଙ୍କ ବିଶ୍ଵାସ ଓ ଭରସାକୁ ସମ୍ମାନ ଜଣାଉଛି ଆଗାମି ଦିନରେ ତାଙ୍କର ଏହି ବିଶ୍ୱାସକୁ ଅତୁଟ ରଖିବି । ବଡ଼ଚଣା ମଟିର ସମସ୍ଥ ମା’ ମାଉସୀଙ୍କୁ ଭୁମିଷ୍ଠ ପ୍ରଣାମ ଜଣାଉଛି ସେମାନଙ୍କର ସୁଖ, ଦୁଖଃରେ ଛିଡ଼ା ହେବି । ଶତ ପ୍ରତିଶତ ନୁହେଁ ହଜାର ପ୍ରତିଶତ ଚେଷ୍ଟା ଜାରି ରଖିବି ବଡ଼ଚଣାର ବିକାଶ ପାଇଁ । ସରକାରଙ୍କ ବିକାଶମୂଳକ କାର୍ୟ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବି । ମହିଳା ସଶକ୍ତି କରଣକୁ ଆହୁରି କେମିତି ଆଗକୁ ନିଆଯାଇପାରିବ ସେଥିପାଇଁ ଗୁରୁତ୍ବ ଦେବି ।