ବିଜେଡିକୁ ପୁଣି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ
ସୋସିଆଲ୍ ମିଡିଆରେ ପୁଣି ଟାର୍ଗେଟ କଲେ ଅପରାଜିତା

ବିଜେଡିକୁ ପୁଣି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । ସୋସିଆଲ୍ ମିଡିଆରେ ପୁଣି ଟାର୍ଗେଟ କଲେ ଅପରାଜିତା । ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଏସ୍ଏଚ୍ଜି ମାଷ୍ଟର ବୁକ୍ କିପରି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି । ସରକାରୀ ଦରମା ନେଉଥିଲା ବେଳେ ନିର୍ଦ୍ଦେଶ ପାଳନ ଶପଥ ନେଉଛନ୍ତି । ଏ ସମ୍ପର୍କିତ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଅପରାଜିତା ।
ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି ବୋଲି ସାଂସଦ କହିଛନ୍ତି । ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି । କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି । ଏହା ଚିନ୍ତାଜନକ ବିଷୟ । ୨୦୨୪ ନିର୍ବାଚନ ପରେ ଏମିତି ସରକାର ଆଉ ଚାଲିବନି । ଅପରାଜିତାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।