ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆଜି ‘ନିଯୁକ୍ତି ପର୍ବ’
ରାଜ୍ୟ ସରକାରଙ୍କ ‘ନିଯୁକ୍ତି ପର୍ବ’ରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର

ରାଜ୍ୟ ସରକାରଙ୍କ ‘ନିଯୁକ୍ତି ପର୍ବ’ରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ସେମାନଙ୍କୁ ଦିଗଦର୍ଶନ ଦେବେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା କ୍ୟାଡରର ନବ ନିଯୁକ୍ତ ୩୯୮ ଜଣ ସିଭିଲ ଜୁନିଅର ଇଞ୍ଜିନିୟରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ନୂଆ ନିଯୁକ୍ତି ପାଇଥିବା ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ( ଜନସ୍ୱାସ୍ଥ୍ୟ କ୍ୟାଡର ) ଓ ଓଡ଼ିଶା ମ୍ୟୁନିସପାଲ ଇଞ୍ଜିନିୟରିଂ ସେବା ( ଓଏମଇଏସ କ୍ୟାଡ଼ର)ର ୧୦୬ ଜଣ ସିଭିଲ ଜୁନିଅର ଇଞ୍ଜିନିୟରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।