ଜଟଣୀରୁ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ; କହିଲେ ବିଜେଡିରୁ ଅଫର ଅଛି

ବିଜେଡିରୁ ଲଢିବେ ମନ୍ମଥ ରାଉତରାୟ ! କହିଲେ ବିଜେଡିରୁ ଅଫର ଅଛି । ୨୦୨୪ ନିର୍ବାଚନ ପାଇଁ ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ । ଜଟଣୀରୁ ଲଢ଼ିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି ମନ୍ମଥ । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରେସ ଟିକେଟରୁ ଲଢ଼ିବେ ନାହିଁ ।
ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ରାଜନୀତିକୁ ଓହ୍ଲାଇବେ । ୨୦୨୪ ନିର୍ବାଚନ ଲଢିବେ । ତେବେ କଂଗ୍ରେସରୁ ଲଢିବେ ନାହିଁ ବାେଲି ସ୍ପଷ୍ଟ କରିଥିଲେ । ଏହାକୁ ନେଇ ସେତେବେଳେ ରାଜନୀତି ସରଗରମ ହୋଇଥିଲା । ନିଜେ ସୁର ବି ଏହାକୁ ଖଣ୍ଡନ କରିଥିଲେ । ହେଲେ ଏବେ ପୁଣି ଥରେ ମନ୍ମଥଙ୍କ ନିର୍ବାଚନ ଲଢିବା ଚର୍ଚ୍ଚା ଜୋର ଧରିଛି ।
ମିଡିଆ ରିପୋର୍ଟ ଅନୁସାରେ, ଏବେ ମନ୍ମଥ ନିଜେ କହିଛନ୍ତି, ସେ ୨୦୨୪ ନିର୍ବାଚନ ଲଢିବେ ଆଉ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଛିଡା ହେବେ । ହେଲେ କଂଗ୍ରେସ ଟିକେଟରେ ଲଢିବେ ନାହିଁ । ମନ୍ମଥ ଏକ ମିଡିଆକୁ କହିଛନ୍ତି, ବିଜେଡିର ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଛି । ବିଜେଡିରୁ ଅଫର୍ ମଧ୍ୟ ଅଛି ।