ବର୍ଷକୁ ଗୋଟିଏ ଫିଲ୍ମ କରିବେ ଅନୁଷ୍କା
ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମା

ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମା। ଅନୁଷ୍କା ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଶାହାରୁଖ ଖାଁଙ୍କ ସହ ୨୦୧୮ରେ ନଜର ଆସିଥିବା ବେଳେ ଏହାପରେ ୨୦୨୨ରେ ଫିଲ୍ମ ‘କଲା’ରେ ଏକ କେମିୟୋ ରୋଲରେ ନଜର ଆସିଥିଲେ। ଏବେ ପ୍ରାୟ ୪ ବର୍ଷ ପରେ ଅନୁଷ୍କା ଶର୍ମା ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ମୁଭି ‘ଚକଦା ଏକ୍ସପ୍ରେସ’ ସହ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଶେଷ ବେଳକୁ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ଏହାରି ଭିତରେ ଅଭିନେତ୍ରୀ ଏକ ବଡ ଘୋଷଣା କରିଛନ୍ତି, ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକ ସାମାନ୍ୟ ନିରାଶ ହୋଇଯାଇଛନ୍ତି।