ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ'ର ଟ୍ରେଲର

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ପୁଣି ଏକ ଭୂତ ଫିଲ୍ମର ଜାଦୁ ଦେଖିବାକୁ ମିଳିବ।

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ'ର ଟ୍ରେଲର

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ପୁଣି ଏକ ଭୂତ ଫିଲ୍ମର ଜାଦୁ ଦେଖିବାକୁ ମିଳିବ। ତେବେ ଅଜୟ ଦେବଗନ ଓ ଆର ମାଧବନ୍‌ଙ୍କ ଫିଲ୍ମ 'ସୈତାନ' ର ଝଲକ୍‌ ସାମ୍ନାକୁ ଆସିଛି । ଏହି କିଛି ଦିନ ହେବ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି, ଯେଉଁଥିରେ ଗୁଣି ଗାରେଡି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଅଜୟ ଦେବଗନ ତାଙ୍କ ଇଣ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଲ୍ମ ରିଲିଜ୍‌ ହେବାର ଡେଟ୍‌ ବିଷୟରେ ସୂଚନା ଦେଇଛନ୍ତି ।

ଏହି ଫିଲ୍ମର ଝଲକ୍‌ ବହୁତ ଦମ୍‌ଦାର ହୋଇଛି । ଲୋକମାନେ ମଧ୍ୟ ଏହି ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଫିଲ୍ମରେ ଅଜୟ ଦେବଗନ ଓ ଆର ମାଧବନ ଦୁଇଜଣ ଏକ ଭିନ୍ନ ରୂପରେ ନଜର ଆସିବେ । ଏହି ଫିଲ୍ମରେ ଦୁଇଜଣଙ୍କ ଭିତରେ ଫାଇଟ୍‌ ଦେଖିବାକୁ ମିଳିବ ।

ଏହି ଫିଲ୍ମର ଷ୍ଟୋରିରେ ଦେଖିବାକୁ ମିଳିବ ଯେ କିପରି ଜଣେ ଗୁଣି ଗାରେଡି କରୁଛି । ଏହା ସହ ଫିଲ୍ମରେ କଳା ଜାଦୁ ବିଷୟରେ ମଧ୍ୟ ବହୁତ କିଛି ଦେଖିବାକୁ ମିଳିପାରେ । ତେବେ ଅଜୟ ଦେବଗନ ଓ ଆର ମାଧବନଙ୍କ ଫିଲ୍ମ 'ସୈତାନ'ର ଟ୍ରେଲର ଏହି କଳା ଜାଦୁର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଅଜୟ ଦେବଗନ,ଜ୍ୟୋତିକା ଏବଂ ତାଙ୍କ ଝିଅ କଳା ଜାଦୁ ଓ ସୈତାନକୁ ସାମ୍ନା କରିବାକୁ ଯାଉଛି । ତେବେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ଲାକ୍‌ ମ୍ୟାଜକ୍‌ କରୁଥିବା ଶୈତାନ୍‌ ଆଉ କେହି ନୁହନ୍ତି ବରଂ ଆର ମାଧବନ । ଏହି ଟ୍ରେଲରରେ ଏପରି ମଧ୍ୟ କିଛି ଦେଖିବାକୁ ମିଳୁଛି ଯେ କିପରି ଭାବେ ଆର ମାଧବନ ତାଙ୍କ ଘରେ ବ୍ଲାକ୍‌ ମ୍ୟାଜିକ୍‌ କରୁଛନ୍ତି ଏବଂ ତାଙ୍କ ଝିଅକୁ ନିଜ କାବୁରେ କରୁଛନ୍ତି । ଏହା ବ୍ୟତୀତ ଏଥିରେ ଏପରି ମଧ୍ୟ ଦେଖିବାକୁ ମିଳିପାରେ ଯେ କିପରି ଭାବେ ଆର ମାଧବନ ଅଜୟ ଦେବଗନଙ୍କ ପୂରା ପରିବାର ଉପରେ ରାଜ୍‌ କରୁଛନ୍ତି ।

ତେବେ ଏହି ଫିଲ୍ମରେ ଦେଖିବାକୁ ମିଳିବ ଯେ କେମିତି ଅଜୟ ଦେବଗନ ସୈତାନ ସହ ପଙ୍ଗା ନେଇ ତାଙ୍କ ଝିଅକୁ ବଞ୍ଚାଇବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆର ମାଧବନ ଭେଲିଆନ୍‌ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ତେବେ ଫିଲ୍ମର ଟ୍ରେଲର ଜବରଦସ୍ତ ହୋଇଛି କାରଣ ଏହି ଫିଲ୍ମଟି ଭିତରେ ବହୁତ ସସ୍‌ପେନ୍ସ ରହିଛି । ଯାହା ଲୋକମାନେଙ୍କୁ ବହୁତ ପସନ୍ଦ ଆସିଛି । ଏବେ ଦେଖିବାର ଅଛି ଫିଲ୍ମ ଲୋକମାନଙ୍କୁ କେତେ ପସନ୍ଦ ଆସୁଛି ।

ଫିଲ୍ମ ସୈତାନ ଅଜୟ ଦେବଗାନ୍ ଫିଲ୍ମସ୍ ଏବଂ ପାନୋରମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍‌ରେ ତିଆରି ଏବଂ ଏହା ଦେବଗାନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପଠକ ଏବଂ ଅଭିଷେକ ପଠକଙ୍କ ଦ୍ୱାରା ନିର୍ମିତ । ମାର୍ଚ୍ଚ ୮ରେ ଏହା ମୁକ୍ତିଲାଭ କରିବ । ଏମାନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆର ମାଧବନଙ୍କର ଅପ୍‌କମିଂ ଫିଲ୍ମରେ ଶଶିକାନ୍ତଙ୍କ କ୍ରିକେଟ୍ ଡ୍ରାମା 'ଟେଷ୍ଟ', ଅଧିଷ୍ଠାସାଲି' ଏବଂ 'ଜିଡି ନାଇଡୁ ବାୟୋପିକ୍' ଭଳି ଅନେକ ଫିଲ୍ମ ରହିଛି । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ 'ରେଳବେମନ୍ୟ' ୱେବ୍ ସିରିଜରେ ଦେଖିବାକୁ ମିଳିଥିଲା । ସେହିପରି ଅଜୟ ଦେବଗନଙ୍କୁ ଶେଷ ଥର ପାଇଁ 'ଭୋଲା'ରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନମାନଙ୍କରେ ଅଜୟ ଦେବଗନଙ୍କୁ ଫିଲ୍ମ 'ସିଙ୍ଘମ୍‌'ରେ ମଧ୍ୟ ଦେଖିବାକୁ ମିଳିବ ।