ବିଶ୍ଵକପ୍‌ରୁ ବାଦ୍ ପଡ଼ିଲେ ଏହି ବୋଲର

ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ପାଇଁ ଚଳିତ ବିଶ୍ଵକପ୍‌ରେ ଏ ପର୍ଯ୍ୟନ୍ତ ନିରାଶଜନକ ରହିଛି।

ବିଶ୍ଵକପ୍‌ରୁ ବାଦ୍ ପଡ଼ିଲେ ଏହି ବୋଲର

ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ପାଇଁ ଚଳିତ ବିଶ୍ଵକପ୍‌ରେ ଏ ପର୍ଯ୍ୟନ୍ତ ନିରାଶଜନକ ରହିଛି। ପଏଣ୍ଟ ଟେବୁଲରେ ଇଂଲଣ୍ଡ ନବମ ସ୍ଥାନରେ ରହିଛି। ଏଠାରୁ ଇଂଲଣ୍ଡକୁ ବିଶ୍ଵକପ୍ ସେମି ଫାଇନାଲ୍‌ରେ ପହଞ୍ଚିବା ରାସ୍ତା ମୁସ୍କିଲ ହୋଇ ପଡ଼ିଛି। ଆଉ ଏବେ ଇଂଲଣ୍ଡକୁ ବହୁତ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ଦ୍ରୁତ ବୋଲର ରିସ୍ ଟପଲେ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ଆହତ ହୋଇ ବିଶ୍ଵକପରୁ ବାଦ୍ ପଡିଛନ୍ତି।

ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ରିସ୍ ଟପଲେଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା। ମ୍ୟାଚ୍ ସମୟରେ ଟପଲେ ଦକ୍ଷିଣ ଆଫ୍ରିକାର ବ୍ୟାଟରଙ୍କ ଏକ ଡ୍ରାଇଭକୁ ରୋକିବାକୁ ଯାଇ ଆହତ ହୋଇଥିଲେ। ଆଉ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କର ଅବଶିଷ୍ଟ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏବେ ଇଂଲଣ୍ଡ କ୍ରିକେଟ୍ ଟୁଇଟ୍ କରି ସୂଚନା ଦେଇଛି ଯେ, ଟପଲେ ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ ଓ ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ବିଶ୍ଵକପ୍ ୨୦୨୩ରେ ଶନିବାର ଦକ୍ଷିଣ ହାତରୁ ଇଂଲଣ୍ଡ ଶୋଚନୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୩୯୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ହେନରୀ କ୍ଲାସେନ ଦମଦାର ଶତକ ଅର୍ଜନ କରିଥିଲେ। ଜବାବରେ ଇଂଲଣ୍ଡ ୨୨ ଓଭରରେ ୧୭୦ ରନରେ ଅଲଆଉଟ୍ ହୋଇଛି। ଏହିପରି ଇଂଲଣ୍ଡ ଦକ୍ଷିଣ ନିକଟରୁ ୨୨୯ ରନ ବିଶାଳ ବ୍ୟବଧାନରେ ପରାଜୟ ଭୋଗିଥିଲା।