ଖେଳାଳିଙ୍କୁ ଦିଶିଲାନି ବଲ୍‌, ଅଧାରୁ ଅଟକିଲା ମ୍ୟାଚ୍‌

ଖେଳାଳିଙ୍କୁ ଦିଶିଲାନି ବଲ୍‌, ଅଧାରୁ ଅଟକିଲା ମ୍ୟାଚ୍‌

ଖେଳାଳିଙ୍କୁ ଦିଶିଲାନି ବଲ୍‌, ଅଧାରୁ ଅଟକିଲା ମ୍ୟାଚ୍‌

ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ୍‌ର ୨୧ ତମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିଛି ଭାରତ। ଦ୍ୱିତୀୟ ଇଂନିସ୍‌ରେ ଭାରତ ବ୍ୟାଟିଂ କରୁଥିବା ବେଳେ ହଠାତ୍‌ କୁହୁଡ଼ି ମାଡ଼ିଆସିଥିଲା। ଫଳରେ ଖେଳ ଅଧାରୁ ଅଟକିଥିଲା ।

କୁହୁଡ଼ି ପଡ଼ିଆ ଘେରି ହୋଇଯିବା ବେଳେ ଶ୍ରେୟସ୍ ଆୟର ଏବଂ ବିରାଟ କୋହଲି ବ୍ୟାଟିଂ କରୁଥିଲେ।

ଆୟର ଅମ୍ପାୟାରଙ୍କ ସହ କୁହୁଡି ବିଷୟରେ କଥା ହୋଇଥିଲେ, ଏହା ପରେ ମ୍ୟାଚ୍ କିଛି ସମୟ ପାଇଁ ଅଟକି ଯାଇଥିଲା ଏବଂ ଏହି ସମୟରେ ପ୍ରଶଂସକମାନେ ସୋସିଆଲ ମିଡିଆରେ କୁହୁଡ଼ିକୁ ଉପଭୋଗ କରିଥିଲେ। ଯେତେବେଳେ ଆୟର ଅମ୍ପାୟାରଙ୍କ ସହ କୁହୁଡ଼ି ବିଷୟରେ କଥା ହୋଇଥିଲେ, ଆୟର୍ ୨୧ ରନ୍‌ ଏବଂ କୋହଲି ୭ ରନ୍‌ କରିଥିଲେ।

ବିଶ୍ଵକପର ଏହି ହାଇଭୋଲଟେଜ୍ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡାରିଲ୍ ମିଚେଲ୍‌ଙ୍କ ଶତକ ଓ ରଚିନ ରବୀନ୍ଦ୍ରଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଲଢୁଆ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରିଥିବା କିଓ୍ଵି ଦଳ ୨୭୩ ରନ କରି ଶେଷ ବଲରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶାମି ୫ଟି ଓ୍ଵିକେଟ୍ ନେଇ ଚଳିତ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି। ଶାମିଙ୍କ ଘାତକ ବୋଲିଂ ଯୋଗୁଁ ଶେଷ ୧୦ ଓଭରରେ ମାତ୍ର ୫୪ ରନ କରି ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିବାରେ ବିଫଳ ହୋଇଛି।