ଡ଼ାକ୍ତରଖାନା ରେ ଅବ୍ୟବସ୍ଥା

ନାହିଁ ନାହିଁ ରେ ଚାଲିଛି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ପାରୁ ନାହିଁ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଡ଼ାକ୍ତରଖାନା ରେ ଅବ୍ୟବସ୍ଥା

ବଲାଙ୍ଗୀର ଟିଟିଲାଗଡ,ତା୦୯-୭:ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଲାଗି ରହିଥିବା ସମସ୍ୟା ର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ପାରୁ ନାହିଁ। ମାତ୍ର ତିନି ଜଣ ଡାକ୍ତର ରେ ଏହି ଡାକ୍ତରଖାନା ଚାଲିବା ସହ ଶଯ୍ୟା ଅଭାବ ରୁ ରୋଗୀ ତଳେ ଗଡିବା ଭଳି ସ୍ଥିତି ଯୋଗୁଁ ବାଧ୍ୟ ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ସରକାରୀ ଭାବେ ରୋଗୀ ଙ୍କ ପାଇଁ ଉପର ମହଲ ନିର୍ମାଣ ସହ ରୋଗୀ ରହିବା ବ୍ୟବସ୍ଥା ଥାଇ ସୁଦ୍ଧା କାର୍ଯ୍ୟକାରି କରା ନ ଯିବା ଯୋଗୁଁ ସରକାରୀ ମୂଲ୍ୟବାନ ସାମଗ୍ରୀ ସବୁ ନଷ୍ଟ ହୋଇ ପଡ଼ୁଛି । ଏପରିକି ବେଆଇନ୍ ଭାବେ ଜାଲ କାଗଜ, ପତ୍ର ଦର୍ଶାଇ ବିଭିନ୍ନ ସାମଗ୍ରୀ କବାଡି ଦରରେ ବିକ୍ରୀ କରି ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି । ରୋଗି ଆସି ଅନ୍ୟତ୍ର ଫେରିଯିବା ଓ ନାନା ପ୍ରକାର ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ସେହିପରି ଷ୍ଟାଫ୍ ଗୃହ ଗୁଡିକ ବେଆଇନ୍ ବ୍ୟବହାର ଯୋଗୁଁ ନାହିଁ, ନାହିଁ ରେ ଚାଲିଥିବା ଏହି ଚିକିତ୍ସାଳୟ ରେ ବ୍ୟାପକ ସମସ୍ଯା ଦେଖା ଦେଉଛି । ସେହିପରି ଡାକ୍ତରଖାନା ର ସାମଗ୍ରୀ ସବୁ କାର୍ଯ୍ୟକାରୀ ନ ହୋଇ ନଷ୍ଟ ହୋଇ ପଡିଥିବା ଦେଖା ଯାଉଛି ତେବେ ଏହି ସବୁ ଅନିୟମିତତା ର ସବିଶେଷ ତଦନ୍ତ ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଦାବି ହେଉଛି । 

ବଲାଙ୍ଗୀର ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ