୨୮ରେ ଲଘୁଚାପ, ଅଧିକ ସକ୍ରିୟ ହୋଇଯିବ ମୌସୁମୀ

ମୌସୁମୀ ଆସିଗଲା, ସାରା ରାଜ୍ୟକୁ । ଆଗକୁ ଲଘୁଚାପ ଆସୁଛି ୨୮ ତାରିଖ ବେଳକୁ । ଅଧିକ ସକ୍ରିୟ ହୋଇଯିବ ମୌସୁମୀ

୨୮ରେ ଲଘୁଚାପ, ଅଧିକ ସକ୍ରିୟ ହୋଇଯିବ ମୌସୁମୀ

ମୌସୁମୀ ଆସିଗଲା, ସାରା ରାଜ୍ୟକୁ । ଆଗକୁ ଲଘୁଚାପ ଆସୁଛି ୨୮ ତାରିଖ ବେଳକୁ । ଅଧିକ ସକ୍ରିୟ ହୋଇଯିବ ମୌସୁମୀ । ଆସନ୍ତା ୬ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ମିଳିଛି । ୨୭ ତାରିଖରେ ଭୀଷଣ ବର୍ଷା ।

ପାଣିପାଗ ବିଭାଗ ଜାରି କରିଥିବା ତଥ୍ୟ କହୁଛି, ସମସ୍ତ ୩୦ ଜିଲ୍ଲାକୁ ଶୁକ୍ରବାର ମୌସୁମୀ ବାୟୁ ସଂଚରିଛି । ଗୁରୁବାର ତିନିଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲା ଯାଏ ପହଞ୍ଚିଥିଲା । ଶୁକ୍ରବାର ଅଧିକାଂଶ ସ୍ଥାନ ଶୁଖିଲା ଥିଲା, ଯଦିଓ ମେଘ ଢାଙ୍କିଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ସକାଳ ସାଢ଼େ ୮ଟାରୁ ସଂଧ୍ୟା ୫ ଭିତରେ କେବଳ ଚାନ୍ଦବାଲି, ଗୋପାଳପୁର ଓ ଯାଜପୁର ଜିଲ୍ଲାରେ କିଛି ବର୍ଷା ହୋଇଥିଲା ।

ପୂର୍ବାନୁମାନ ମିଳିଛି, ଆସନ୍ତା ୨୬ ତାରିଖ ଯାଏ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ତେବେ ୨୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ୨୭ ତାରିଖରେ ଝାଡ଼ଖଣ୍ଡ ସମେତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି ।