ଅତିରିକ୍ତ ଡିସିପି ସ୍ତରରେ ଅଦଳବଦଳ

କମିଶନରେଟ ପୁଲିସରେ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି ।

ଅତିରିକ୍ତ ଡିସିପି ସ୍ତରରେ ଅଦଳବଦଳ

କମିଶନରେଟ ପୁଲିସରେ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି । ମୋଟ ୧୨ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । କମିଶନରେଟ ପୁଲିସ ପକ୍ଷରୁ ଏନେଇ ବିଜ୍ଞପ୍ତି ବାହାରିଛି ।ଭୁବନେଶ୍ୱର ୟୁପିଡିର ଚର୍ଚ୍ଚିତ ପୁଲିସ ଅଧିକାରୀ ସଞ୍ଜୀବ କୁମାର ଶତପଥୀଙ୍କୁ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍‌କୁ ପଠାଯାଇଛି । ସେଠାରେ ସେ ଅତିରିକ୍ତ ଡିସିପି ଭାବେ ଦାୟିତ୍ୱ ସମ୍ଭାଳିବେ । ପୁଲିସ କମିଶନର ମୁଖ୍ୟାଳୟରେ କାର୍ୟ୍ୟରତ କୃଷ୍ଣପ୍ରସାଦ ଦାଶଙ୍କୁ କଟକ ୟୁପିଡିର ଆଇୟୁସିଏଡବ୍ଲ୍ୟୁରେ ଅତିରିକ୍ତ ଡିସିପିର ଦାୟିତ୍ୱ ମିଳିଛି । ଦେବଦତ୍ତ କରଙ୍କୁ ଦୈତନଗରୀର ଅତିରିକ୍ତ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ଅନିଲ କୁମାର ବେଉରିଆଙ୍କୁ ଭୁବନେଶ୍ୱର ୟୁପିଡି କ୍ରାଇମ୍‌କୁ ପଠାଯାଇଛି । ସୁରେଶ ଚନ୍ଦ୍ର ପାତ୍ରଙ୍କୁ ସିପି ମୁଖ୍ୟାଳୟରେ ଥିବା କ୍ରାଇମରେ ନିଯୁକ୍ତି ଦିଆଯାଇଥିବା ବେଳେ ସେଖ୍‌ ସରିଫୁଦ୍ଦିନଙ୍କୁ ୟୁପିଡି କଟକରୁ ଅତିରିକ୍ତ ଡିସିପି ଭାବେ କଟକ ୟୁପିଡିର ଏକ୍ସ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ପାଖରେ ନିଯୁକ୍ତି ମିଳିଛି ।

ଅନିଲ କୁମାର ମିଶ୍ରଙ୍କୁ କଟକ ୟୁପିଡିର ଆଇନ୍‌ଶୃଙ୍ଖଳାରେ ନିଯୁକ୍ତି ଦିଆଯାଇଛି । ପ୍ରକାଶ ଚନ୍ଦ୍ର ପାଲଙ୍କୁ ଭୁବନେଶ୍ୱର ୟୁପିଡି ମୁଖ୍ୟାଳୟ, ତରୁଣ ଦାସଙ୍କୁ ଭୁବନେଶ୍ୱର ୟୁପିଡିର ଆଇୟୁସିଏଡବ୍ଲ୍ୟୁ, ପ୍ରାଣକୃଷ୍ଣ ରାଉତଙ୍କୁ ଭୁବନେଶ୍ୱର ୟୁପିଡିର ଆଇନ୍‌ ଶୃଙ୍ଖଳା, ରାଜେନ୍ଦ୍ର କୁମାର ସେନାପତିଙ୍କୁ ସିପି ହେଡକ୍ୱାର୍ଟର୍ସ କମ-ଡିଡିଓ, ସରୋଜ କୁମାର ମହାପାତ୍ର ଭୁବନେଶ୍ୱର ୟୁପିଡିରେ ଏକ୍ସ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଠାରେ ନିଯୁକ୍ତି ମିଳିଛି