ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗରେ ଦୁଇ ଗିରଫ

ରେଳବାଇ ସୁରକ୍ଷା ବଳ (ଆରପିଏଫ) ଆଜି ମେରାମଣ୍ଡଳୀ ଏବଂ ବୁଢାପଙ୍କ ରେଳ ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗି ଏକଜୁକୁଟିଭ ଚେୟାର କାର କୋଚର ୱିଣ୍ଡୋପେନକୁ କ୍ଷତି ପହଞ୍ଚାଇବା ସହ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ।

ଖୋର୍ଦ୍ଧା ରୋଡରେ ଥିବା ଆରପିଏଫର କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ତାଳଚେର ସ୍ଥିତ ରେଳବାଇ ସୁରକ୍ଷା ବଳ ଥାନାର ମିଳିତ ଭାବରେ ଆମ୍ବୁସ୍ ଚେକ୍ କରିଥିଲା ।

ଗତକାଲି ସନ୍ଧ୍ୟା ସମୟରେ ଆମ୍ବୁସ୍ ୱାଚ୍ ସମୟରେ ସେମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଘଟଣାସ୍ଥଳରୁ ଅଟକ ରଖିଥିଲେ ।

ରେଳ ଟ୍ରାକ୍ ପାର୍ଶ୍ୱରେ ଏଭଳି ବିଚ୍ଛିନ୍ନ ସ୍ଥାନକୁ ଆସିବାର ଉଦ୍ଦେଶ୍ୟ ବିଷୟରେ ସେମାନଙ୍କୁ ପଚରାଯିବା ଦ୍ୱାରା ସେମାନେ ରବିବାର ଦିନ ସେହି ସ୍ଥାନକୁ ଆସି ମଦ୍ୟପାନ କରିବା ପରେ ମଜା ଏବଂ ଆନନ୍ଦ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଥିଲେ ବୋଲି ନିଜ ଦୋଷ ସ୍ୱୀକାର କରିଛନ୍ତି । ରେଳବାଇ ଅଧିନିୟମ ଧାରା 153, 145 (C) ଏବଂ 147 ରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଆଜି (28.11.2023 ରେ) ଢେଙ୍କାନାଳ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ରେ ପଠାଯାଇଅଛି ।