ମାଗଣା ରାସନ ଗୋଟିଏ ପ୍ରହସନ:ମୋଦୀ
ବିକଶିତ ଭାରତର ଦ୍ୱାହି ଦେଇ ୭୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଣ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଂଟି ତାଲିକାଭୁକ୍ତ ହୋଇଛି ।

ବିକଶିତ ଭାରତର ଦ୍ୱାହି ଦେଇ ୭୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଣ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଂଟି ତାଲିକାଭୁକ୍ତ ହୋଇଛି ।
ଦେଶର ଅନେକ ସ୍ଥାନରେ ଗରିବଙ୍କୁ ମାଗଣା ଚାଉଳ ବିତରଣ ଏକ ପ୍ରହସନ ମନେହୁଏ; ତା'ର ପ୍ରତ୍ୟକ୍ଷ ପ୍ରମାଣ ଆପଣଙ୍କୁ ଭୁବନେଶ୍ୱର ଲୋକସଭା ସୀମା ସରହଦ ଭିତରେ ଦେଖିବାକୁ ମିଳିବ ।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଂଚଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି ।ଭୁବନେଶ୍ୱର ଫାୟାର ଷ୍ଟେସନ ବସ୍ତି ବାସିନ୍ଦା ଅହଲ୍ୟା ରାସନ କାର୍ଡ ଖଣ୍ଡିଏ ପାଇବା ପାଇଁ କରୋନା ପୂର୍ବରୁ ଆବେଦନ କରିଥିଲେ; କାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତାଙ୍କୁ ଏ ଯାଏ କାର୍ଡ ମିଳିଲାନି । ମାଗଣା ରାସନ କଥା ଛାଡ଼ନ୍ତୁ ।
ଶିଖରଚଣ୍ଡି ଅଂଚଳରେ ଗଢ଼ି ଉଠିଥିବା ବସ୍ତି ବାସିନ୍ଦା ଦେବାଶିଷଙ୍କ କ୍ଷେତ୍ରରେ ମଧ୍ୟ ସେହି ଦଶା । ଅଢେ଼ଇ ବର୍ଷ ଭିତରେ ବାରମ୍ବାର ରାସନ କାର୍ଡ ପାଇଁ ଆବେଦନ କରୁଛନ୍ତି; ମାତ୍ର କାର୍ଡଟିଏ ମିଳିଲାନି । ଏଭଳି ସ୍ଥିତିରେ ମୋଦୀଙ୍କ ଗ୍ୟାରେଂଟି ଧୂଅାଁବାଣ ନୁହେଁ ତ ଆଉ କ'ଣ ହୋଇପାରେ ।